ଯାତ୍ରୀବାହୀ ଅଟୋ ଓଲଟି ୬ ଆହତ

0 114

ଘୁ.ଉଦୟଗିରି: ମାଲିକାପଡ଼ି ପଞ୍ଚାୟତ ଅନ୍ତର୍ଗତ ସିର୍କି ଗ୍ରାମରୁ ୬ ଜଣ ଯାତ୍ରୀଙ୍କୁ ନେଇ ଘୁ. ଉଦୟଗିରି ଆସୁଥିବା ଏକ ଯାତ୍ରୀ ବାହି ଅଟୋ ନଂ ଓଡି ୧୨ ବି ୦୦୯୬ ସିର୍କି ଘାଇ ଠାରୁ କିଛି ଦୂରରେ ବ୍ରେକ୍‌ ଫେଲ୍‌ ହେବା ଫଳରେ ଭାରସାମ୍ୟ ହରାଇ ଗଛରେ ବାଡେଇ ହୋଇଯାଇଥିଲା । ଫଳରେ ଅଟୋରେ ବସିଥିବା ୪ଜଣ ମହିଳା ଓ ୨ଜଣ ପୁରୁଷ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ଦୁର୍ଭାଗ୍ୟର ବିଷୟ ଏତେବଡ଼ ଡାକ୍ତରଖାନା ଦେଖିବାକୁ ବହୁତ୍‌ ସୁନ୍ଦର ଓ ମନୋଲୋଭା ହୋଇଥିଲେ ମଧ୍ୟ ସେଠାରେ ଆବଶ୍ୟକ ଜରୁରୀ ସମୟରେ ଡାକ୍ତର ଦେଖାନାହାନ୍ତି । ଏହି କାରଣ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ସେଠାରେ ଥିବା ସିକ୍ୟୁରିଟୀ ଗାର୍ଡ ଓ ଆଟେଣ୍ଡରମାନେ ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା । ଏ ସବୁ ଦୃଶ୍ୟ ସ୍ଥାନୀୟ ଲୋକେ ଦେଖିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା ଓ କିଛି ସମୟ ପରେ ଡ୍ୟୁଟିରେ ଥିବା ଡାକ୍ତର ବାବୁ ଆସିଥିଲେ କିନ୍ତୁ ସବୁଦିନ ପରି ନିଜ ଚୌକିରେ ବସି ଜଣ ଜଣ କରି ଲାଇନରେ ଆସିବାକୁ କହି ଚିକିତ୍ସା କରୁଥିବା ବେଳେ ଲୋକଙ୍କ ପାଟି ଶୁଣି ପୁଣି ଆହତଙ୍କ ନିକଟକୁ ଯାଇ ଚିକିତ୍ସା କରିବା ଦେଖିବାକୁ ମିଳିଥିଲା । ଏ ସବୁ ଦୃଶ୍ୟ ଦେଖିଲେ ଲାଗୁଛି ଘୁ. ଉଦୟଗିରି ମେଡିକାଲଟି କେବଳ ସୁନ୍ଦର କୋଠା ହୋଇ ରହିଯାଇଛି, ନା’ ସେଠି କେହି ଡାକ୍ତର ଅଛନ୍ତି ରୋଗୀ ଚିକିତ୍ସା ପାଉଛନ୍ତି । କୌଣସି ବିଭାଗରେ କେହି ଜଣେ ଡାକ୍ତର ନାହାନ୍ତି । ବର୍ତ୍ତମାନ ଘୁ. ଉଦୟଗିରି ସରକାରୀ ଡାକ୍ତରଖାନା ମୂଲ୍ୟହୀନ । ଏପରି କରୁଣ ଓ ଦୁଃଖଦ ପରିସ୍ଥିତି ଦେଖିବା ପରେ ଜନସାଧାରଣଙ୍କ ମନରେ ଉତ୍ତେଜନା ପ୍ରକାଶ ପାଇବା ସହ ଭବିଷ୍ୟତରେ ଏକ ବଡ଼ ଧରଣର ଆନ୍‌ଦୋଳନ ପାଇଁ ଦାନ ବାନ୍ଧୁଚି ।

hiranchal ad1
Leave A Reply

Your email address will not be published.

5 × 1 =