ବିବାହ ବନ୍ଧନରେ ବାନ୍ଧିହେଲେ ନୟନତାରା ଓ ବିଘ୍ନେଶ

0 107

ମୁମ୍ବାଇ: ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତାମିଲ୍‌ ଅଭିନେତ୍ରୀ ନୟନତାରା ଏବଂ ନିର୍ଦ୍ଦେଶକ ବିଘ୍ନେଶ ଶିବାନ । ନିଜ ପରିବାର ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଦୁହେଁ ପରସ୍ପରଙ୍କୁ ଜୀବନସାଥୀ ରୂପେ ବରଣ କରିଛନ୍ତି । ସେମାନେ ସେମାନଙ୍କ ବିବାହର ପ୍ରଥମ ଫଟୋ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି । ଏହି ଷ୍ଟାର୍‌ ଦମ୍ପତିଙ୍କ ବିବାହରେ ରଜନୀକାନ୍ତ, ଶାହାରୁଖ୍‌ ଖାନ୍‌,ବିଜୟ ସେଥୁପତି,ମଣି ରତ୍‌ନମ୍‌ ଏବଂ ଶିବ କାର୍ତ୍ତିକେୟନ୍‌ ଆଜି ବଡ ବଡ ଷ୍ଟାର୍‌ ଉପସ୍ଥିତ ହୋଇଥିଲେ । ନିଜ ବିବାହ ଶେଷ ହେବା ପରେ ଉଭୟ ଶିବାନ ଏବଂ ନୟନତାର ସେମାନଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ଦୁହିଁଙ୍କ ବିବାହ ବେଳର ଫଟୋ ଅପ୍‌ଲୋଡ୍‌ କରିଛନ୍ତି । ଦୁହେଁ ବିବାହ ଫଟୋ ଓ କ୍ୟାପ୍‌ସନ ଜରିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଦୀର୍ଘ ୬ ବର୍ଷର ପ୍ରେମ ସଂପର୍କ ପରେ ଶେଷରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟ ବିଘ୍‌ନେଶ ଓ ନୟନତାରା ପୂର୍ବରୁ ସେମାନଙ୍କ ସଂପର୍କକୁ ନେଇ ଦର୍ଶକଙ୍କୁ ସଂକେତ ଦେଇ ସାରିଥିଲେ । ଅନେକ ସମୟରେ ସେମାନେ ସୋସିଆଲ୍‌ ମିଡିଆରେ ଫଟୋ ଦେଇ ଚର୍ଚ୍ଚାରେ ରହୁଥିଲେ । ଗତ ମାସରେ ସେମାନେ ତିରୁପତି ମନ୍ଦିରକୁ ଯାଇଥିବାର ଏକ ଫଟୋ ବି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା । ୨୦୨୧ ମସିହା ମାର୍ଚ୍ଚ ମାସରେ ଏକ ଉତ୍ସବରେ ନିଜ ପରିବାର ଲୋକଙ୍କ ଉପସ୍ଥିତିରେ ପରସ୍ପର ସହ ନିର୍ବନ୍ଧ କରିଥିଲେ ନୟନତାରା ଓ ବିଘ୍ନେଶ ।

hiranchal ad1
Leave A Reply

Your email address will not be published.

thirteen + one =