ଦିବ୍ୟାଙ୍ଗ ଛାତ୍ରୀ ନମିତା ବାଘଙ୍କୁ ଲାପଟପ୍‌ ପ୍ରଦାନ କଲେ ଜିଲ୍ଲାପାଳ

0 85

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶ ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ଅମୁଲ୍ୟମଣୀ ରାଣୀପୁରର ଦିବ୍ୟାଙ୍ଗ ଛାତ୍ରୀ ନମିତା ବାଘଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ କାର୍ଯ୍ୟାଳୟ କକ୍ଷରେ ଶିକ୍ଷା ସହାୟକ ଉପକରଣ ଲାପଟପ ପ୍ରଦାନ କରିଛନ୍ତି । ଛାତ୍ରୀ ନମିତା ବାଘ ବର୍ତ୍ତମାନ ରେଭେନ୍ସା କଲେଜରେ ଯୁକ୍ତ ତିନିରେ ଅଧ୍ୟୟନରତ । ଦିବ୍ୟାଙ୍ଗଙ୍କୁ ଉଚ୍ଚ ଶିକ୍ଷାରେ ସହାୟକ ହେତୁ ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ଏହି ଲାପଟପ ପ୍ରଦାନ କରାଯାଇଥାଏ । ଜିଲ୍ଲାପାଳ ଶ୍ରୀମତୀ ଦାଶଙ୍କଠାରୁ ଲାପଟପ୍‌ ଗ୍ରହଣ କରି ନମିତା ପ୍ରଫୁଲ୍ଲିତ ଓ ଉତ୍ସାହିତ ହୋଇ ଆଗକୁ ଆହୁରି ପଢିବାକୁ ବାକି ଥିବା ବେଳେ ଏହା ପାଠ ପଢାରେ ବିଶେଷ ଉପଯୋଗୀ ହେବ ବୋଲି ପ୍ରକାଶ କରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ବିଭଗୀୟ କର୍ମଚାରୀ ପ୍ରମୁଖ ତଥା ଦିବ୍ୟାଙ୍ଗ ଛାତ୍ରୀଙ୍କ ବାପା ବୈରାଗୀ ବାଘ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seventeen − three =