ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଜଣେ ମୃତ,ଜଣେ ଗୁରୁତର

0 123

ଦଶପଲ୍ଲା : ଆଜି ଭୋର୍‌ ସମୟରେ ଦଶପଲ୍ଲା-ଗଣିଆ ରାସ୍ତାର ଡିହଗାଁ ଛକ ନିକଟରେ ଏକ ମଦ ବୋଝେଇ ଟ୍ରକ ୨ ଜଣ କବାଡିଆଙ୍କୁ ଧକ୍କା ଦେଇଥିଲା ।ଫଳରେ ଜଣେ କବାଡିଆଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଥିବାବେଳେ ଅନ୍ୟଜଣେ ଗୁରୁତରଙ୍କୁ ପ୍ରଥମେ ସ୍ଥାନୀୟ ଲୋକେ ଓ ଦଶପଲ୍ଲା ପୋଲିସ ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସେଠାରେ ଗୁରୁତରଙ୍କ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଦଶପଲ୍ଲା ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପକ୍ଷରେ କିଭଳି ଭାବରେ ମୃତକ ଓ ଗୁରୁତରଙ୍କୁ ସହାୟତା ମିଳିବ ସେ ନେଇ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର୍‌ ଧରିଛି ।

hiranchal ad1
Leave A Reply

Your email address will not be published.

eight + two =