ପିଲା ଚୋରିକୁ ନେଇ ଏମିତି କହିଲେ ପୁରୀ ଏସ୍‌ପି

0 211

ପୁରୀ : ପୁରୀ ସହର ଏବଂ ସାରା ଜିଲ୍ଲାରେ ପିଲା ଚୋରିକୁ ନେଇ ସୃଷ୍ଟି ହୋଇଛି ଆତଙ୍କର ବାତାବରଣ । କିଛି ବ୍ୟକ୍ତି ପିଲାମାନଙ୍କୁ ରାସ୍ତାରୁ ଚୋରି କରି ନେଉଥିବା ପ୍ରଚାର ହେବାରେ ଲାଗିଛି । ଯାହାକୁ ନେଇ ଅଭିଭାବକ ମାନଙ୍କ ଭିତରେ ଏବେ କୋକୁଆ ଭୟ ଖେଳିଯାଇଛି । ପିଲା ଚୋରିକୁ ନେଇ ସନ୍ଦେହ କରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଜଣା ବ୍ୟକ୍ତିଙ୍କୁ ସନ୍ଦେହ କରି ଆକ୍ରମଣ ହେଉଥିବା ଘଟଣା ମଧ୍ୟ ନଜରକୁ ଆସିଲାଣି । ପିଲା ଚୋରି ସନ୍ଦେହକୁ ନେଇ ଅଜଣା ବ୍ୟକ୍ତିଙ୍କ ଉପରେ ଆକ୍ରମଣ ଘଟଣା ଏକାଧିକ ସ୍ଥାନରେ ହୋଇଥିବା ବେଳେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ତେବେ ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇଛି । ଲୋକଙ୍କ ଭିତରେ ଭୟ ଦୂର କରିବା ପାଇଁ ଗଣମାଧ୍ୟମକୁ ସ୍ପଷ୍ଟୀକରଣ ଦେଇଛନ୍ତି ଏସପି ପିନାକ ମିଶ୍ର । ପିଲା ଚୋରିକୁ ସନ୍ଦେହ କରି ଲୋକଙ୍କ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ମାନେ ପିଲା ଚୋରିରେ ସଂପୃକ୍ତ ନଥିବା ଏସପି ସ୍ପଷ୍ଟୀକରଣ କରିଛନ୍ତି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ମାନେ ହେଉଛନ୍ତି ମାନସିକ ବିକାର ଗ୍ରସ୍ତ । ଏଣୁ ଦିନରେ ହେଉ ଅବା ରାତିରେ ସେମାନେ ବୁଲୁଥିବା ବେଳେ ପିଲା ଚୋରିକୁ ସନ୍ଦେହ କରି ତାଙ୍କ ଉପରେ ଆକ୍ରମଣ ହୋଇଥିବା ସ୍ପଷ୍ଟ କରିଛନ୍ତି ଏସପି ।

hiring

ପୁରୀରେ ପିଲା ଚୋରି ଘଟଣାକୁ ନେଇ ଯେଉଁଭଳି ଗୁଜବ ସୃଷ୍ଟି କରାଯାଉଛି ତା’କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଏସପି । ଗୁଜବ ଉପରେ ବିଶ୍ୱାସ ନକରି କୌଣସି ବେଆଇନ୍‌ କାର୍ଯ୍ୟ ନକରିବାକୁ ଏସପି ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ଯଦି କୌଣସି ବ୍ୟକ୍ତିଙ୍କ ଉପରେ ସନ୍ଦେହ ହୁଏ ତେବେ ତାଙ୍କୁ ଆକ୍ରମଣ ନକରି ତୁରନ୍ତ ପୋଲିସକୁ ଖବର ଦେବାକୁ ନିବେଦନ କରିଛନ୍ତି ଏସପି । ପୁରୀ ଏକ ତୀର୍ଥକ୍ଷେତ୍ର ହୋଇଥିବାରୁ ବିଭିନ୍ନ ସ୍ଥାନରୁ ଏଠାକୁ ଅନେକ ଲୋକ ଆସୁଥିବା ବେଳେ ଅନେକ ମାନସିକ ବିକାର ଗ୍ରସ୍ତ ଲୋକ ମଧ୍ୟ ଏଠାକୁ ଚାଲି ଆସୁଛନ୍ତି । ମାନସିକ ବିକାର ଗ୍ରସ୍ତ ଲୋକଙ୍କ କଥାବାର୍ତ୍ତା ଓ ଚାଲି ଚଳଣ ସଠିକ୍‌ ନଥାଏ ବୋଲି ଅନେକ ଲୋକ ତାଙ୍କୁ ସନ୍ଦେହ କରିଥାନ୍ତି । ତେବେ କୌଣସି ଗୁଜବ ଏବଂ ସନ୍ଦେହକୁ ଆଧାର କରି କାହା ଉପରେ ଆକ୍ରମଣ କରିବା ସମ୍ପୂର୍ଣ୍ଣ ଅମାନବୀୟ ଓ ବେଆଇନ୍‌ ବୋଲି ପୁରୀ ଏସପି କହିଛନ୍ତି । ଏଭଳି ବେଆଇନ୍‌ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଏସପି କହିଛନ୍ତି । ପୁରୀ ବାସିନ୍ଦା ଗୁଜବ ଉପରେ ବିଶ୍ୱାସ ନକରି କୌଣସି ବ୍ୟକ୍ତି ସନ୍ଦିଗ୍ଧ ଲାଗିଲେ ନିଜ ଅଞ୍ଚଳରେ ଥିବା ଥାନାକୁ ଖବର ଦେବା ପାଇଁ ଏସପି ନିବେଦନ କରିଛନ୍ତି । ଗତ ଦୁଇଦିନ ତଳେ ପୁରୀ ସଦର ଅଞ୍ଚଳର ଶାଶନ ଦାମୋଦରପୁର, କୋଇଲାଅଡା ଏବଂ ନରେନ୍ଦ୍ର କୋଣ ଅଞ୍ଚଳରେ ପିଲା ଚୋରି ସନ୍ଦେହକୁ ନେଇ ସ୍ଥାନୀୟ ବାସିନ୍ଦା କିଛି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଥିଲା । ଉକ୍ତ ଯୁବକ ମାନେ ମାନସିକ ବିକାର ଗ୍ରସ୍ତ ହୋଇଥିବା ବେଳେ ପିଲା ଚୋରି ସନ୍ଦେହ ସମ୍ପୂର୍ଣ୍ଣ ଭାବେ ଗୁଜବ ବୋଲି ପୁରୀ ଏସପି ଗଣମାଧ୍ୟମକୁ ସ୍ପଷ୍ଟୀକରଣ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

nineteen + four =