୯୦ ପ୍ରତିଶତ ସରିଛି ଶ୍ରୀମନ୍ଦିର ନାଟମଣ୍ଡପର କାର୍ଯ୍ୟ

0 43

ପୁରୀ : ଗତ ମାର୍ଚ୍ଚ ୨୩ରୁ ଆରମ୍ଭ ହୋଇଥିବା ନାଟମଣ୍ଡପ ମରାମତି ଓ ସଂରକ୍ଷଣ କାର୍ଯ୍ୟ ପ୍ରାୟ ୯୦ ପ୍ରତିଶତ ଶେଷ ହୋଇଛି ।ଆସନ୍ତା ରଥଯାତ୍ରା ସମୟରେ ଅବଶିଷ୍ଟ କାର୍ଯ୍ୟ କରାଯିବ ବୋଲି ଏଏସଆଇ ସୁପରିଟେଣ୍ଡିଙ୍ଗ ଇଞ୍ଜିନିୟର ଡି.ବି ଗଡନାୟକ ସୂଚନା ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଗତବର୍ଷ ନଭେମ୍ବର ୧୭ରୁ ଏଏସଆଇ ଦ୍ୱାରା ଶ୍ରୀମନ୍ଦିର ନାଟମଣ୍ଡପ ସଂରକ୍ଷଣ ଓ ମରାମତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପୂର୍ବରୁ ନାଟମଣ୍ଡପର ଉପରି ଭାଗର ପଥର ଯୋଡେଇ ଓ ସଫା କାର୍ଯ୍ୟ କରାଯାଇଥିଲା । କିନ୍ତୁ ଫାଟ ମରାମତି ହୋଇନଥିଲା । ପୁନର୍ବାର ସମସ୍ତଙ୍କ ସହଯୋଗରେ ଷ୍ଟେନଲେସ ଷ୍ଟିଲ ବିମ୍‌ ବସିବା କାର୍ଯ୍ୟ ଗତ ୨୩ ତାରିଖରୁ ପ୍ରତିଦିନ ଅପରାହ୍ନ ଗୋଟାଏରୁ ସନ୍ଧ୍ୟା ୭ ଟା ଯାଏଁ କାମ ହୋଇ ଆଜି ପ୍ରାୟତଃ ଶେଷ ହୋଇଛି ।ମୁଖ୍ୟ ବିମ୍‌ ଫାଟ ମରାମତି ପାଇଁ ଭାରା ବନ୍ଧାଯିବା ପରେ ୪ ଟି ଷ୍ଟେନ୍‌ ଲେସ ଷ୍ଟିଲ ବିମ ଲଗାଯାଇଛି । ଏଥିପାଇଁ ଡିଜାଇନ୍‌ ଚୁଡାନ୍ତ ହେବା ସହ ଅନୁମତି ମଧ୍ୟ ପୂର୍ବରୁ ମିଳିଥିଲା । ଏହାଦ୍ୱାରା ନାଟମଣ୍ଡପ ସୁରକ୍ଷିତ ସହ ଆଉ କୌଣସି ବିପଦ ନାହିଁ ବୋଲି ଏଏସଆଇ ସୁପରିଟେଣ୍ଡିଙ୍ଗ ଇଞ୍ଜିନିୟର ଡି.ବି ଗଡନାୟକ କହିଛନ୍ତି ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ଆସନ୍ତା ଏପ୍ରିଲ୍‌ ମାସ ଶେଷ ସୁଦ୍ଧା ନାଟମଣ୍ଡପ ମରାମତି ଶେଷ ଲକ୍ଷ୍ୟ ରହିଥିଲା । ଏହି ମରାମତି ସମୟରେ ମହାପ୍ରଭୁଙ୍କ ନୀତି କାନ୍ତି ସୁରୁଖୁରୁରେ ହେବା ଭକ୍ତ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିପାରିଥିଲେ । ଏବେ ଦର୍ଶନରେ ମଧ୍ୟ କୌଣସି ଅସୁବିଧା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × four =