ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାର ସମ୍ବର୍ଦ୍ଧନା ସଭା

0 129

ପାରଳାଖେମୁଣ୍ଡି: ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଓଡ଼ିଶା ସରକାର ଓ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ପାରଳାଖେମୁଣ୍ଡି ସ୍ଥିତ ଆରଏମସି ପ୍ରାଙ୍ଗଣରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଜିଲ୍ଲାର ନୂତନ ଭାବରେ ମନୋନୀତ ସଭ୍ୟ ସଭ୍ୟାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ ଜିଲ୍ଲାର ନୂତନ ଭାବେ ମନୋନୀତ ସଭ୍ୟ ସଭ୍ୟାମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ସମ୍ମାନିତ ଅତିଥି ଭାବରେ ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମରିଅମ୍‌ ରାଇତୋ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପ-ଅଧକ୍ଷ ଧନେଶ୍ୱର ଭୁଁଆ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଏମ. ସୁଧରଣି, ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ପ୍ରଶାସକ ଫଲଗୁନୀ ମାଝୀ ମଞ୍ଚାସିନ ଥିଲେ । ଗଜପତି ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମରିଅମ୍‌ ରାଇତୋଙ୍କ ଅଧକ୍ଷାତାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ଶ୍ରୀଯୁକ୍ତ ମାଝୀ ଜିଲ୍ଲାର ନୂତନ ଭାବେ ଦାୟିତ୍ୱ ନେଇଥିବା ସଭ୍ୟ ସଭ୍ୟାମାନଙ୍କୁ ପ୍ରଥମେ ଅଭିନନ୍ଦନ ଜଣାଇଥିଲେ । ସମସ୍ତ ସଦସ୍ୟଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଥିବା କହିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଜନଜାତିଙ୍କ ଉନ୍ନତି ପାଇଁ ଯେଉଁ ବିକାଶ ଦ୍ୱାରା ଚାଲିଛି ସେଥିରେ ନିଜକୁ ସାମିଲ କରି ନିଜ ଗୁରୁ ଦାୟିତ୍ୱକୁ ସଠିକ୍‌ ଭାବେ ତୁଲାଇବା ପ୍ରତି ଗୁରୁତ୍ୱ ଦେବାକୁ ଶ୍ରୀ ମାଝୀ ଆହ୍ୱାନ ଦେଇଥିଲେ । ସେ ଆହୁରି କହିଥିଲେ, ଅଧିବାସୀମାନେ କେବଳ କଳା ଓ ସଂସ୍କୃତି ଭିତରେ ସୀମିତ ରହିଗଲେ ହେବ ନାହିଁ ଜନଜାତିମାନେ ସବୁ ସମୟରେ ଯେପରି ଆଗଧାଡ଼ିରେ ରହିବେ ସେଥି ପ୍ରତି ସବୁବେଳେ ଧ୍ୟାନ ଦେବା ଆବଶ୍ୟତା ରହିଛି । ଜଗପତି ଜିଲ୍ଲାର ଲାଞ୍ଜିଆ ସଉରା ଜନଜାତି ରହିଛନ୍ତି ଏବଂ ରାଜ୍ୟର ୯ ଗୋଟି ଜିଲ୍ଲାରେ ମୋଟ ୬୨ ଜନଜାତି ବସବାସ କରୁଛନ୍ତି । ସମସ୍ତେ ସମସ୍ତଙ୍କ ମଧ୍ୟରେ ସବୁବେଳେ ଯୋଗାଯୋଗ ରହିବା ସହିତ କେଉଁ ଜାଗାରେ କାହାର କଣ ଅସୁବିଧା ରହିଛି ତାହାକୁ ଉପସ୍ଥାପନା କରିବା ସହ ନିଜ ନିଜ ମଧ୍ୟରେ ଆଲୋଚନା କରାଇବାକୁ ହେବ । ଯାହା ଫଳରେ ଆଗାମୀ ଦିନରେ ଆଉ ବିଗତ ଦିନ ମାନଙ୍କରେ ସମ୍ମୁଖୀନ ହେଉଥିବା ଅସୁବିଧା ସବୁ ଦୂର ହେବ ବୋଲି ଶ୍ରୀ ମାଝୀ କହିଥିଲେ । ବର୍ତ୍ତମାନ ଜନଜାତି ବିକାଶ ପାଇଁ ଉଚିତ୍‌ ସମୟ ଆସିଛି, ଏହି ସୁଯୋଗ ହାତ ଛଡା ନ କରାଇବାକୁ କହିଥିଲେ । କିଛି ବୈଜ୍ଞାନିକ, ଶିକ୍ଷାବିତ୍‌, ରାଜନୀତିଜ୍ଞ ଏବଂ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରି ସମସ୍ତଙ୍କ ମତାମତ ନେଇ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଏକ ନୂତନ ପରିବର୍ତ୍ତନ ଆଣିବାର ଅଛି । ଜଣେ ଜନଜାତି ପିଲାଟିଏ ଆଗାମୀ ଦିନରେ ପାଇଲଟ୍‌ ହୋଇ ଉଡାଜାହାଜ ଉଡେଇବାର ଅଛି ବୋଲି କହିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା କହିଥିଲେ ଯେ ଜିଲ୍ଲାର ପ୍ରତ୍ୟେକ ଜନଜାତିଙ୍କ ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟା ଜାରି ରଖିଥିବା କହିଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ଆପୂଳ ନାୟକ, ମାଧବ ଶବର, ବିମଳା ଦଳେଇ, ବୁଲୁ ରଇତୋ, ମୋସ୍ଲାନ ରଇତୋ, ବିରେଞ୍ଚି ନାରାୟଣ ଦେଓ, ଜ୍ଞାନ ରଞ୍ଜନ ଜେନା, ସନ୍ୟାସୀ କାର୍ଜି, ବିଜୟ କୁମାର ଗମାଙ୍ଗ, ବବିତା ଭୁଆଁ, ସେବତୀ ଶବର, ଜେମଶ ରାଇକା, ପ୍ରସେନା ବେହରଡାଲି, ତପୋନ ରଇତୋ, ରଶ୍ମିତା ନାୟକ, ରାମ କ୍ରିଷ୍ଣା ଦଳେଇ, ରାମ ଦଳବେହେରା, ସୁନୀତା ଦଳବେହେରା, ରାଜୀବ ମଲ୍ଲିକ, ବଳିମା ଶବର, ବାଳନ୍ତିନ ମାଝୀ ଓ ହାଣ୍ଡିଆ କନ୍ଧେ ମନୋନିତ ହୋଇ ୨୨ ଜଣ ସମ୍ବର୍ଦ୍ଧିତ ହୋଇଛନ୍ତି ।
ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷା,ଜିଲ୍ଲାପରିଷଦ ସଭ୍ୟ ସଭ୍ୟାଙ୍କ ସମେତ ସମସ୍ତ ଜନପ୍ରତିନିଧି ଉପସ୍ଥିତ ଥିଲେ । ଏହି ସଭାକୁ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ଧନ୍ୟବାଦ ଦେଇଥିଲେ । ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଜିଲ୍ଲା ପ୍ରୋଗ୍ରାମ ସଂଯୋଜକ ଜି.ରାଜେଶଙ୍କ ସମେତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥଲେ ।

hiranchal ad1
Leave A Reply

Your email address will not be published.

2 × 1 =