ରାଇସ ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ଜଳିଗଲା ୫ବଖରା ଘର

0 38

ପୁରୀ : ପୁରୀ କାକଟପୁର ବ୍ଲକ ସୁହାଣ୍ଡପୁର ପଞ୍ଚାୟତ ରାଇସ ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୫ବଖରା ଘର । ନିଆଁକୁ ଆୟତ୍ତ କରିବାକୁ ଅସ୍ତରଙ୍ଗ ଅଗ୍ନିଶମ ବିଭାଗକୁ ୪ଘଣ୍ଟା ସମୟ ଲାଗିଥିବା ବେଳେ କିପରି ନିଆଁ ଲାଗିଲା କାରଣ ଅସ୍ପଷ୍ଟ ଥିବା ଜଣାପଡିଛି । ଆଜି ଭୋର ସମୟରେ ନିଆଁ ଲାଗିଥିବା ସୂଚନା ରହିଛି । ରାଇସ ଗାଁର ଦୁଇଟି ପରିବାରର ୫ ବଖରା ଘର ନିଆଁଲାଗି ଜଳିଯାଇଛି । ସମସ୍ତ ଆସବାବପତ୍ର ସହ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡି ପାଉଁଶ ହୋଇ ଯାଇଥିବା ସୂଚନା ମିଳିଛି । ଦୁଇ ପରିବାର ଲୋକ ସୁହାଣ୍ଡପୁର ପଞ୍ଚାୟତ ରାଇସ ଗାଁର ଚିତ ବିଶ୍ୱାଳ, ନଳିନୀ ବିଶ୍ୱାଳ ବୋଲି ଜଣାପଡିଛି । ନିଆଁ ଆୟତ୍ତ କରିଛନ୍ତି ଅସ୍ତରଙ୍ଗ ଅଗ୍ନିଶମ ବିଭାଗ । ସେପଟେ ଛୋଟଛୋଟ ପିଲାମାନଙ୍କୁ ନେଇ କେଉଁଠି ମୁଣ୍ଡ ଗୁଞ୍ଜିବେ ଚିନ୍ତାରେ ଦୁଇ ପରିବାର ।

hiranchal ad1
Leave A Reply

Your email address will not be published.

15 − 12 =