ବିପୁଳ ପରିମାଣର ମଦ ଓ କଫ୍‌ ସିରପ ଜବତ, ଜଣେ ଗିରଫ୍‌

0 688

ଦଶପଲ୍ଲା : ଦଶପଲ୍ଲା ଥାନା ଅନ୍ତର୍ଗତ ଘୋଳାହାଣ୍ଡି ଗ୍ରାମରେ ଚୋରାରେ ଦେଶୀ ମଦ ବ୍ୟବସାୟ ହେଉଥିବା ନେଇ ଦଶପଲ୍ଲା ପୁଲିସ ବିଶେଷ ସୁତ୍ରରୁ ଖବର ପାଇଁ ଘଠଣାସ୍ଥଳରେ ସଦଳବଳେ ଚଢଉ କରିଥିଲା । ଚଢଉ ସମୟରେ ଘୋଳାହାଣ୍ଡି ଗ୍ରାମର ଶଂକର ପ୍ରଧାନଙ୍କ ଘରୁ ୧୮ ଟି ସିଲ୍‌ କଫ ସିରପ୍‌ ବୋତଲ, ୫ଟି ଠିପିଖୋଲା କଫ୍‌ ସିରପ୍‌ ବୋତଲ୍‌ , ୬ ଟି କିଙ୍ଗଫିସର୍‌ ବିୟର ,୯ ଟି ବାକାଡି, ୬ ଟି ମେକ୍‌ ଡାବଲ୍‌ ମଦ ଜବତ କରିବା ସହ ମଦ ବ୍ୟବସାୟୀ ଶଂକର ପ୍ରଧାନଙ୍କୁ ଗିରଫ୍‌ କରି ଦଶପଲ୍ଲା ଥାନା କେସ୍‌ ନଂ ୨୧୭/୨୦୨୩ ଅନୁଯାଇ କୋର୍ଟ ଚାଲାଣ କରିଛି । ଦଶପଲ୍ଲା ଥାନାର ଭାରପ୍ରାପ୍ତ ଆରକ୍ଷୀ ନୀରିକ୍ଷକ ମୁକେଶ ବେହେରା ଏ ସମ୍ପର୍କରେ ଆଜି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 + 12 =