ସମୂହ ଛୁଟିରେ ଗଲେ କୃଷି ଅଧିକାରୀ

0 209

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର କାର୍ଯ୍ୟରତ କୃଷି ଅଧିକାରୀମାନେ କ୍ୟାଡର ପୁନଃ ବିନ୍ୟାସରେ ଅହେତୁକ ବିଳମ୍ବର ପ୍ରତିବାଦରେ ୩୧ ଅଗଷ୍ଟଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ରହିଥିବା ଜଣାପଡ଼ିଛି । ଓଡ଼ିଶା କୃଷି ସେବା ସଙ୍ଘ ଗଜପତି ଶାଖା ପକ୍ଷରୁ ଏହା ସୂଚନା ଦିଆଯାଇଛି । ପ୍ରକାଶ ଥାଉକି କ୍ୟାଡର ପୁନଃ ବିନ୍ୟାସ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କୃଷି ଅଧିକାରୀମାନେ ସମୂହ ଛୁଟିରେ ରହିବେ ବୋଲି ଜଣା ପଡ଼ିଛି । ୧୯ ଅଗଷ୍ଟ ୨୦୨୩ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଗଜପତି ଜିଲ୍ଲାପାଳଙ୍କ ଜରିଆରେ କୃଷି ସେବା ସଂଘ ଗଜପତି ଶାଖା ତରଫରୁ ସ୍ମାରକପତ୍ର ପ୍ରଦାନ କରାଯାଇ ଥିଲା । କିନ୍ତୁ କ୍ୟାଡ଼ରର ପୁନଃ ବିନ୍ୟାସ ବିଳମ୍ବ ହୋଇଥିବାରୁ ଓଡ଼ିଶା କୃଷି ସେବା ସଙ୍ଘ ଗଜପତି ଶାଖା ପକ୍ଷରୁ ସମୂହ ଛୁଟିରେ ରହି ଥିବାର ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

four × 5 =