୪ ବ୍ରାଉନ ସୁଗାର ବେପାରୀ ଗିରଫ

0 76

ପୁରୀ : ପୁରୀ ପୋଲିସ ଦ୍ୱାରା ୪ ବ୍ରାଉନ ସୁଗାର ବେପାରୀ ଗିରଫ । କୁମ୍ଭାରପଡା ଥାନା ଏବଂ ତାଳବଣିଆ ଥାନା ଦ୍ୱାରା ଚାରି ଜଣ ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କ ଠାରୁ ୧୭ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିବା ଜଣାପଡିଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ୧ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । କୁମ୍ଭାରପଡା ଥାନା ଓ ତାଳବଣିଆ ଥାନା ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କୁମ୍ଭାରପଡା ଥାନା ପୋଲିସ ବାନାମ୍ବର ଛକ ନିକଟରେ ଚଢ଼ାଉ କରି ୩ଜଣ ବ୍ରାଉନ ସୁଗାର ବେବାରୀଙ୍କୁ ଗିରଫ କରିଥିବା ବେଳେ ତାଳବଣିଆ ଥାନା ପୋଲିସ ହୁଳୁ ହୁଳିଆ ପୋଲ ନିକଟରେ ଚଢ଼ାଉ କାରି ଜଣକୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ଦୁଇଟି ମୋବାଇଲ ଏବଂ ଗୋଟିଏ ବାଇକ ଜବତ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୁରୀ କୁମ୍ଭାରପଡା ଥାନାରେ ଏକ ସାମ୍ୱାଦିକ ସମ୍ମିଳନୀରେ ସିଟି ଡିଏସପି ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

twelve − 8 =