ଲଡ଼ୁ ନାୟକ ହତ୍ୟା ଘଟଣାରେ ୨ ଗିରଫ

0 76

ପୁରୀ : ଗତକାଲି ଅପରାହ୍ନରେ ପୁରୀ ଜଟିଆ ବାବାଜୀ ଛକ ନିକଟରେ ଘଟିଥିବା ଲଡ଼ୁ ନାୟକ ହତ୍ୟା ଘଟଣାରେ ୨ଜଣକୁ ଗିରଫ କରିଛି କୁମ୍ଭାରପଡା ଥାନା ପୋଲିସ । ମୁଖ୍ୟ ଅଭିଯୁକ୍ତ ଲଡ଼ୁ ନାୟକଙ୍କ ସମ୍ପର୍କୀୟ ମାମୁ ଗଙ୍ଗା ନାୟକ ଓ ତାଙ୍କ ପୁଅ ସୁନ୍ଦନ ନାୟକକୁ ଗିରଫ କରିଛି ପୋଲିସ । ହତ୍ୟା ଘଟଣାରେ ୩ଜଣ ଅଭିଯୁକ୍ତ ସମ୍ପୃକ୍ତ ରହିଛନ୍ତି । ୨ଜଣକୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ସଚିନ ନାୟକ ବର୍ତ୍ତମାନ ଫେରାର ଥିବା ପୋଲିସ କହିଛି । ପୂର୍ବ ଶତ୍ରୁତାକୁ ନେଇ ଗତକାଲି ଲଡ଼ୁ ନାୟକ ଜଟିଆ ବାବାଜୀ ଛକ ନିକଟରେ ଏକ ଜଳଖିଆ ଦୋକାନରେ ବସିଥିବା ସମୟରେ ଲଡ଼ୁ ନାୟକର ସମ୍ପର୍କୀୟ ମାମୁଁ ମୁଖ୍ୟ ଅଭିଯୁକ୍ତ ଗଙ୍ଗା ନାୟକ ଏବଂ ତାଙ୍କ ଦୁଇ ପୁଅ ଲୁହା ରଡ଼ ଏବଂ ସଂଢ଼ୁଆସି ଦ୍ୱାରା ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ଟଳି ପଡ଼ିଥିଲେ ଲଡ଼ୁ ନାୟକ । ସେଠାରୁ ତାଙ୍କୁ ପୁରୀ ସଦରମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ କ୍ରମେ କୁମ୍ଭାରପଡା ଥାନା ପୋଲିସ ଘଟଣାର ତଦନ୍ତ କରି ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ହତ୍ୟାରେ ବ୍ୟବହୃତ ଲୁହା ରଡ଼ ଏବଂ ସଂଢ଼ୁଆସି ଜବତ କରଯାଇଛି । ଅନ୍ୟ ଅଭିଯୁକ୍ତ ସଚିନ ନାୟକକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ସାମ୍ୱାଦିକ ସମ୍ମିଳନୀ କହିଛନ୍ତି ପୁରୀ ସିଟି ଡିଏସ୍‌ପି ।

hiranchal ad1
Leave A Reply

Your email address will not be published.

five − two =