ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଫୁଲବାଣୀ ଜିଲ୍ଲା ଦୌରାଜଜ୍‌ କୋର୍ଟ କଂପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ

0 204

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଦାଦପାଜୁ ଠାରେ ହେବାକୁ ଥିବା ନୂତନ ଜିଲ୍ଲା ଦୌରାଜଜ୍‌ କୋର୍ଟ କଂପ୍ଲେକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ଏହାକୁ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ ଏସ ମୁରଲୀଧର ଭର୍ଚୁଆଲ ମାଧ୍ୟମରେ ଗାନ୍ଧୀ ସ୍ମୃତି ଭବନ ଠାରେ ଶୁଭ ଉଦଘାଟନ କରିଥିଲେ । ଏହି ଶୁଭ ଉଦଘାଟନ ସମୟରେ ମଞ୍ଚାସୀନ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ଜଷ୍ଟିସ୍‌ ଏବଂ ବିଲଡିଂ କମିଟି ଅଧ୍ୟକ୍ଷ ଡଃ ବି ଆର ଷଡଙ୍ଗୀ ଓ ମାନ୍ୟବର ଜଷ୍ଟିସ୍‌ ଏମଏସ ସାହୁ ଏଡମିନିଷ୍ଟ୍ରେଟିଭ୍‌ ଜଜ କନ୍ଧମାଳ, ଜିଲ୍ଲା ଦୌରାଜଜ୍‌ ସତ୍ୟପିର ମିଶ୍ର, ଫୁଲବାଣୀ ଓକିଲ ସଂଘର ସଭାପତି ଭଗବାନ ମହାନ୍ତି, ସମ୍ପାଦକ କମଳ କୁମାର ବେହେରା ମଞ୍ଚାସୀନ ରହି ସେବା କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ । ଏହା ପରେ ସଭାପତି ଭଗବାନ ମହାନ୍ତି ଖୁସି ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଅତିଥିଙ୍କୁ ହୃଦୟର ସହିତ ଶୁଭେଚ୍ଛା ଜଣାଇଥିଲେ । ସେହିପରି ଜିଲ୍ଲା ଦୌରାଜଜ୍‌ ମୁଖ୍ୟ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ମାନ୍ୟବର ବିଚାରପତି ଡ଼ଃଏମ ଏସ ସାହୁ ଜିଲ୍ଲାରେ ହେବାକୁ ଥିବା ଜିଲ୍ଲା ଦୌରାଜଜ୍‌ କୋର୍ଟ କଂପ୍ଲେକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ ଉପରେ ସୂଚନା ଦେଇଥିଲେ । ଏହା ସହିତ ମାନ୍ୟବର ବିଚାରପତି ବିଆର ଷଡଙ୍ଗୀ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ପ୍ରଶାସନର ସହଯୋଗକୁ ଧନ୍ୟବାଦ ଦେବା ସହିତ ମୁଖ୍ୟ ବିଚାରପତିଙ୍କର ନିଷ୍ଠାପର କାର୍ଯ୍ୟ ଭୂୟସୀ ପ୍ରଶଂସା କରିଥିଲେ । ପରେ ନୂତନ ଭାବରେ ହେବାକୁ ଥିବା କୋର୍ଟ କଂପ୍ଲେକ୍ସର ଏକ ଡକମେଣ୍ଟ୍ରି ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏଥି ସହିତ ଜିଲ୍ଲା ଓକିଲ ସଂଘକୁ ମଧ୍ୟ ସାଧୁବାଦ ଜଣାଇଥିଲେ । ଏହାପରେ ଜିଲ୍ଲା ଓକିଲ ସଂଘର ସମ୍ପାଦକ କମଳ ବେହେରା ମାନ୍ୟବର ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ମାନଙ୍କ ପ୍ରଶଂସନୀୟ କାର୍ଯ୍ୟ, ଉତ୍ତମ୍‌ ଚିନ୍ତାକୁ ପ୍ରସଂଶା କରି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶୁଭ ଅବସରରେ ଜିଲ୍ଲା ଦୌରାଜଜଙ୍କ ସମେତ ଅନ୍ୟ ବିଚାରପତି, ଓକିଲ ସଂଘର ସମସ୍ତ ସଦସ୍ୟ ଓ ଜୁଡିସିଆଲ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକୁ ଯେ ଏମଏଫସି ସୌମ୍ୟଶ୍ରୀ ମହାପାତ୍ର ପରିଚାଳନା କରିଥିଲେ । ପରେ ଓକିଲ ସଂଘର ନିମନ୍ତ୍ରଣ ରକ୍ଷା କରି ମାନ୍ୟବର ବିଚାରପତି ଫୁଲବାଣୀ କୋର୍ଟ ପରିଦର୍ଶନ କରି ଓକିଲ ମାନଙ୍କୁ ସୁଚିନ୍ତିତ ମତ ଦେବା ସହିତ ତାଙ୍କର କାର୍ଯ୍ୟକଳାପକୁ ଖୁସି ବ୍ୟକ୍ତ କରିଥିଲେ ।

hiranchal ad1
Leave A Reply

Your email address will not be published.

19 + nineteen =