ବୌଦ୍ଧ: ଚତୁର୍ଦ୍ଧାମୂର୍ତ୍ତୀଙ୍କ ସୁନାବେଶ

0 38

ବୌଦ୍ଧ,୨୯/୬- ପବିତ୍ର ସୁନାବେଶ ଅବସରରେ ଗୁରୁବାର ସନ୍ଧ୍ୟାରେ ବୌଦ୍ଧରେ ରଥଖଳାରେ ପ୍ରଭୁ ଶ୍ରୀଜଗନ୍ନାଥ,ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି । ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ରଥଉପରେ ଶ୍ରୀଜିଉଙ୍କୁ ସୁନାବେଶ କରାଯାଇଥିଲା । ଏହି ଅପରୂପ ଦୃଶ୍ୟ ଦେଖି ଶ୍ରଦ୍ଧାଳୁ ବିଭୋର ହୋଇଉଠିଥିବା ଦେଖିବାକୁ ମିଳିଥିଲା । ରଥଉପରକୁ ଚଢି ଭକ୍ତମାନେ ଶ୍ରୀଜୀଉଙ୍କ ଏହି ସୁନାବେଶ ଦର୍ଶନ କରିବାସହିତ ଦୀପ ଜାଳି ଭୋଗ ଅର୍ପଣ କରିଥିଲେ । ବେଶକାରୀ ବାନାମ୍ବର ମହାପାତ୍ର, ଆଶୁତୋଷ ଦାଶ, କାହ୍ନୁଚରଣ ମିଶ୍ର, ଅଭିଷେକ ବିଶି ପ୍ରମୁଖ ଶ୍ରୀଜୀଉଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ । ଏହି ଅବସରରେ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସୁନାବେଶ ଦେଖିବାକୁ ବୌଦ୍ଧସହର ତଥା ଆଖପାଖ ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କ ସୁଅ ଛୁଟିଥିଲା ।

hiranchal ad1
Leave A Reply

Your email address will not be published.

6 − 2 =