ପୁରୀରେ ରାଜ୍ୟ କଂଗ୍ରେସର ଗୁପ୍ତ ବୈଠକ

0 50

ପୁରୀ : ପୁରୀର ଏକ ହୋଟେଲର ରାଜ୍ୟ କଂଗ୍ରେସର ଗୁପ୍ତ ବୈଠକ ହୋଇଥିବା ଜଣାପଡିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଗୁପ୍ତ ବୈଠକରେ ସମସ୍ତ ଜିଲ୍ଲାର ଲୋକସଭା ଓ ବିଧାନସଭା ପାଇଁ ଆଶାୟୀ ପ୍ରାର୍ଥୀ ମାନେ ଯୋଗଦେଇଥିଲେ । ରାଜ୍ୟ କଂଗ୍ରେସ ତରଫରୁ ଉନ୍ମୋଚିତ ହୋଇଥିବା ପ୍ରଗମନ୍‌ ଆପ୍‌ରେ ଆଶାୟୀ ପ୍ରାର୍ଥୀ ମାନଙ୍କ ରିପୋର୍ଟ ଉପରେ ବୈଠକରେ ବିଶେଷ ଆଲୋଚନା ହୋଇଥିବା ଜଣାପଡିଛି । ତେବେ ଏପ୍ରିଲ ପ୍ରଥମ ସପ୍ତାହରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବା ସହ ଦୁଇଟି ଆସନ ପାଇଁ ଦଳ ମହିଳା ଓ ଯୁବବର୍ଗଙ୍କୁ ଗୁରୁତ୍ୱ ଦେଇଥିବା ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ସେପଟେ ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ପିସିସି ସଭାପତି ପ୍ରବଳ ବର୍ଷିଥିବା ବେଳେ ଚଳିତ ନିର୍ୱାଚନରେ ଲଢେଇ ଜୋରଦାର ହେବ ବୋଲି ପିସିସି ସଭାପତି କହିଛନ୍ତି । ତେବେ ଶାସନକୁ ଆସିଲେ କଂଗ୍ରେସ ୫ଲକ୍ଷ ଯୁବକଯୁବତୀଙ୍କୁ ଚାକିରୀ ଯୋଗାଇବା ସହ ଚାଷୀ ରୁଣ ଛାଡ, ଧାନ କୁଇଣ୍ଟାଲ ୩୦୦୦ ଟଙ୍କା, ପ୍ରତ୍ୟେକ ଘରର ଜଣେ ମହିଳାଙ୍କୁ ମାସକୁ ୨୦୦୦ ଟଙ୍କା ପ୍ରଦାନ,୨୦୦ ୟୁନିଟ୍‌ ବିଜୁଳି ଫ୍ରି,ଗ୍ୟାସ ସିଲିଣ୍ଡର ପିଛା ୫୦୦ ଟଙ୍କା, ଏସଏଚ୍‌ଜି ମହିଳାଙ୍କୁ ଋଣ ଛାଡ କରାଯିବ ବୋଲି ପିସିସି ସଭାପତି କହିଛନ୍ତି । ଓବିସି ମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଓ ଚାକିରୀ କ୍ଷେତ୍ରରେ ୨୭ ପ୍ରତିଶତ କୋଟା ପ୍ରଦାନ କରାଯିବ ବୋଲି ମଧ୍ୟ ପିସିସି ସଭାପତି କହିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ମୁଦ୍ଦା କରି କଂଗ୍ରେସ ଲୋକଙ୍କ ପାଖକୁ ଯାଇ ନିର୍ବାଚନ ବୈତରଣୀ ପାର କରିବ ବୋଲି ପିସିସି ସଭାପତି ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

four − two =