କେନାଲକୁ ଖସିଲା ବରଯାତ୍ରୀ ଗାଡି : ୭ଜଣ ମୃତ, ୪ ଗୁରୁତର

0 55

ସମ୍ବଲପୁର: ଆଜି ଭୋରରେ ସ୍ଥାନୀୟ ପରମାନପୁରରୁ ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ନିଜ ଗାଁ ଲଧରାକୁ ଫେରୁଥିବା ଏକ ବରଯାତ୍ରୀ ଗାଡ଼ି ନିୟନ୍ତ୍ରଣ ହରାଇ ରାସ୍ତାକଡ଼ କେନାଲରେ ପଡ଼ିଯିବା ଫଳରେ ସେଥିରେ ବସିଥିବା ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏବିଷୟରେ ପ୍ରଶାସନିକ ସୂତ୍ରରୁ ଆମକୁ ମିଳିଥିବା ସୂଚନା ଅନୁସାରେ ବରଯାତ୍ରୀଙ୍କ ନିଜ ଗାଁକୁ ଫେରୁଥିବା ବେଳେ ଏହି ମର୍ମନ୍ତୁଦ ଘଟଣା ହୋଇଥିଲା । ଖବର ପାଇ ତତ୍କାଳୀନ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ସେତେବେଳକୁ ୬ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ମାନଙ୍କୁ ଗୁରୁତର ଆହତାବସ୍ଥାରେ ଜିଲ୍ଲା ସଦର ହସପିଟାଲକୁ ଅଣାଯାଇଥିଲା ଓ ସେଠାରେ ଆଉ ଜଣଙ୍କୁ ମୃତ ଘୋଷିତ କରାଯାଇଥିଲା । ମୃତ ଘୋଷିତ ସମସ୍ତ ୭ଜଣଙ୍କ ମୃତଦେହକୁ ସଦର ଉପଜିଲ୍ଲାପାଳ ପୋଷ୍ଟମର୍ଟମ ପାଇଁ ବୁର୍ଲା ଭିମସାରକୁ ସ୍ଥାନାନ୍ତରିତ କରିଛନ୍ତି । ଇତିମଧ୍ୟରେ ଗୁରୁତର ଆହତଙ୍କୁ ଉଚ୍ଚ ଚିକିତ୍ସା ପାଇଁ ମଧ୍ୟ ସେଠାରୁ ପଠା ଯାଇଥିବା ବିଷୟରେ ସେ ସୂଚନା ଦେଇଛନ୍ତି । ସେପଟେ କେନାଲ ମଧ୍ୟରୁ ଦୁର୍ଘଟଣା ଗ୍ରସ୍ତ ବୋଲେରୋ ଗାଡି ଉଦ୍ଧାର କରି ଏବିଷୟରେ ପୁଲିସ ତଦନ୍ତ ଜାରି ରଖିଛି । ପୋଷ୍ଟମର୍ଟମ ପରେ ସବୁ ମୃତଦେହ ସେମାନଙ୍କ ଗାଁ କୁ ପଠାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଛି ।

hiranchal ad1
Leave A Reply

Your email address will not be published.

twelve − eleven =