ପୁଣି ପୁରୀ ବଡ଼ଦାଣ୍ଡରେ ଅଗ୍ନିକାଣ୍ଡ

0 72

ପୁରୀ:ପୁଣି ପୁରୀ ବଡ଼ଦାଣ୍ଡରେ ଅଗ୍ନିକାଣ୍ଡ । ମେଡିକାଲ ଛକ ଟ୍ରାଫିକ ପୋଷ୍ଟ ନିକଟରେ ଘଟିଛି ଅଗ୍ନିକାଣ୍ଡ । ଏକ ବ୍ୟାଟେରୀ ଅଟୋରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି । ନିଆଁକୁ ଆୟତ୍ତ କରିବା ପାଇଁ ଅଟୋ ଡ୍ରାଇଭରଙ୍କ ସହ ସ୍ଥାନୀୟ ଲୋକେ ଓ ଟ୍ରାଫିକ ପୋଲିସ ଉଦ୍ୟମ କରିଥିବା ବେଳେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ପାଖରେ ଥିବା ଏକ ହୋଟେଲ ଓ ଡ୍ରିଙ୍କ ଫର୍ମ ଟ୍ୟାପରୁ ବାଲଟିରେ ପାଣି ଆଣି ଅଟୋ ଉପରକୁ ଢାଳିବା ପରେ ଆୟତ୍ତ ହୋଇଥିଲା ନିଆଁ । ତେବେ ମେଡିକାଲ ଛକ ଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ବ୍ୟାଟେରୀ ଅଟୋରେ ଏଭଳି ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ଯାଇଥିଲେ । ସୌଭାଗ୍ୟ ବଶତଃ କୌଣସି ଯାତ୍ରୀ ଅଟୋରେ ନଥିବାରୁ ଏକ ବଡ ଅଘଟଣ ଟଳି ଯାଇଛି ।

hiring

hiranchal ad1
Leave A Reply

Your email address will not be published.

4 × 5 =