ହେଲମେଟ ନପିନ୍ଧିଲେ ସରକାରୀ ଅଫିସ ମନା

0 50

ପୁରୀ: ଜାନୁଆରୀ୧ରୁ ୭ ତାରିଖ ସଡ଼କ ସୁରକ୍ଷା ପରିବାର ରକ୍ଷା ବାର୍ତ୍ତା ନେଇ ପାଳନ ହେଉଛି ଜାତୀୟ ସଡ଼କ ସୁରକ୍ଷା ସପ୍ତାହ । ଏହି ସପ୍ତାହରେ ହେଲମେଟ୍‌ ନପିନ୍ଧିଲେ ସରକାରୀ ଅଧିକାରୀ ଅଫିସ ଆସିବେ ନାହିଁ ବୋଲି ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକରେ ନିଷ୍ପତି ହୋଇଥିବା ଆରଟିଓ ରବିନ୍‌ ପଟ୍ଟନାୟକ ସୂଚନା ଦେଇଛନ୍ତି । ବିଭିନ୍ନ ବସ୍‌, ଅଟୋ ଓ କର୍ମଚାରୀ ସଂଘ ସହୀତ ବୈଠକ ପରେ ଏହି ସୂଚନା ଦିଆଯାଇଛି । ସପ୍ତାହ ପାଳନ ଅବସରରେ ମଦ ପିଇ ଡ୍ରାଇଭିଂ,ମୋବାଇଲରେ କଥାହେବା, ଦୃତ ଗତି,ମାଲ୍‌ବାହି ଗାଡ଼ିରେ ଯାତ୍ରୀ ପରିବହନ ଏବଂ ହେଲମେଟ ଚେକିଙ୍ଗ କୁ କଡାକଡି କରାଯିବ । ଏଥିସହ ଡ୍ରାଇଭରମାନଙ୍କ ପାଇଁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ, ବିଭିନ୍ନ ଥାନା ଅଞ୍ଚଳରେ ମିଳିତ ଯାଞ୍ଚ, ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ସହ ଲୋକମାନଙ୍କୁ ସଡ଼କ ସୁରକ୍ଷା ସଂପର୍କରେ ସଚେତନତା କରାଯିବ । ବୈଠକରେ ମୋଟର ଯାନ ନିରୀକ୍ଷକ ରାଜେଶ୍‌ ମହାପାତ୍ର, ଟ୍ରାଫିକ ନିରୀକ୍ଷକ ସୁଶାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

hiring

hiranchal ad1
Leave A Reply

Your email address will not be published.

14 + ten =