ବଡମ୍ବାରେ ଭାରତୀୟ ଜନତା ପାର୍ଟିର ବନ୍ଧୁ ମିଳନ

0 35

ଆଠଗଡ: ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିରେ ନୂତନ କରି ସାମିଲ ହୋଇଥିବା ତଥା ଅନ୍ୟତମ ଆଶାୟୀ ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ବଡମ୍ବା କାନ୍‌ଥିତଳ ସାହିସ୍ଥ ବିଜେପି କାର୍ଯ୍ୟାଳୟରେ ଏକ ବନ୍ଧୁ ମିଳନ ଓ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଓ ଉକ୍ତ କାର୍ଯ୍ୟକ୍ରମରେ ବଡମ୍ବା ନରସିଂହପୁରର ପ୍ରମୁଖ ସାମ୍ବାଦିକଗଣ ଉପସ୍ଥିତ ଥିଲେ । ବିଜେପି ଦଳ ସବୁବେଳେ ସବୁଜାଗାରେ ନୂତନ ବ୍ୟକ୍ତିଙ୍କୁ ଆମନ୍ତ୍ରିତ କରିଥାଏ ଫଳରେ ଲୋକଙ୍କ ବିଶ୍ୱାସଭାଜନ ହେବା ସହିତ ଦଳ ଆଗକୁ ବଢିଥାଏ ବୋଲି ସମ୍ବିତ୍‌ କହିଥିଲେ । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକଶିତ ଭାରତ ଗଠନ କାର୍ଯ୍ୟକ୍ରମରେ ଉତ୍ସାହିତ ହୋଇ ବିଜେପି ରେ ସାମିଲ ହୋଇଥିବା କହିଥିଲେ । ଅନ୍ୟ ପଟେ ଉକ୍ତ ନିର୍ବାଚନ ମଣ୍ଡଳିରେ ଅନ୍ୟତମ୍‌ ବିଧାୟକ ପ୍ରାଥୀ ବିଜୟ କୁମାର ଦଳବେହେରା ଗତ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ପରାସ୍ତ ହୋଇ ପୁନଃ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ହେଉଛନ୍ତି । ଉକ୍ତ ନିର୍ବାଚନ ମଣ୍ଡଳୀରେ ଦୁଇ ଜଣ ବିଜେପିର ଆଶାୟୀ ପାର୍ଥୀ ହୋଇଥିବାରୁ ଦଳ କାହାକୁ ପ୍ରାର୍ଥୀ କରିବ ବୋଲି ପ୍ରଶ୍ନର ଉତ୍ତରରେ ବିଜେପି ଏକ ଶୃଙ୍ଖଳିତ ଦଳ, ସମସ୍ତେ ମୋଦି ଜିଙ୍କ ଆଦର୍ଶରେ ଅନୁପ୍ରାଣିତ । ଦଳ ଯାହାକୁ ପ୍ରାର୍ଥୀ କରିବ ସେ ବିଜେପି ଦଳର ପ୍ରାର୍ଥୀ । ତାଙ୍କୁ ଅନ୍ୟ ନେତୃମଣ୍ଡଳୀ ସହଯୋଗ କରିବେ ଦଳବେହେରା ପାର୍ଥୀ ହେଲେ ଶ୍ରୀ ତ୍ରିପାଠୀ ସହଯୋଗ କରିବେ ଓ ଶ୍ରୀ ତ୍ରିପାଠୀ ପ୍ରାର୍ଥୀ ହେଲେ ଶ୍ରୀ ଦଳ ବେହେରା ସହଯୋଗ କରିବେ ବୋଲି ଆଶା ରଖିଛନ୍ତି ବୋଲି ଶ୍ରୀ ତ୍ରିପାଠୀ ମତ ରଖିଥିଲେ । ଶ୍ରୀ ତ୍ରିପାଠୀ ପ୍ରାର୍ଥୀ ହେଲେ ନିର୍ବାଚନ ଇସ୍ତାହାରରେ ବଡ଼ମ୍ବା ନରସିଂହପୁର ଅଞ୍ଚଳର ଜନ ସାଧାରଣଙ୍କ ପାଇଁ ମୁଖ୍ୟ କାର୍ଯ୍ୟ ପାନୀୟ ଜଳ, କୃଷି,ଶିକ୍ଷା, ସ୍ୱାସ୍ଥ୍ୟ ପ୍ରମୁଖକୁ ପ୍ରାଧାନ୍ୟ ଦେବା ସହ ଯୁବ ଗୋଷ୍ଠୀଙ୍କ ଜୀବନ ଜୀବିକା ସହ ରୋଜଗାର ପ୍ରତି ଧ୍ୟନ ଦେବେ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବେଜେପି ନେତା ସରୋଜ ରଣା, ସୂର୍ଯ୍ୟ କିଶୋର ମହାନ୍ତି, ଚିତ୍ତ ରଞ୍ଜନ ମିଶ୍ର, ନିରଞ୍ଜନ ଶତପଥି ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ନୂତନ ବର୍ଷର ଅଭିନନ୍ଦନ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ସରୋଜ ରଣା ।

hiring

hiranchal ad1
Leave A Reply

Your email address will not be published.

17 − 3 =