ଆଇଓସିଏଲ ନିର୍ଦ୍ଦେଶକୁ ଅବମାନନା,ତାଲା ଭାଙ୍ଗି ଗ୍ୟାସ ଗୋଦାମ ସିଜ କଲେ ଅଧିକାରୀ

0 36

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ଇଣ୍ଡିଆନ ପେଟ୍ରୋଲିଅମ ଗ୍ୟାସ୍‌ ଗୋଦାମକୁ ବୁଧବାର ଚଢ଼ାଉ କରାଯାଇଛି । ମାଜିଷ୍ର୍ଟ୍ରେଟ ଦାୟିତ୍ୱରେ କୋକସରା ତହସିଲଦାର ଦେବବ୍ରତ କରାଟିଙ୍କ ଉପସ୍ଥିତିରେ ପୋଲିସ ଏସଆଇ ଗୋପବନ୍ଧୁ ନାୟକ, ଏଲପିଜି ଆଇଓସିଏଲ କ୍ଷେତ୍ର ପରିଦର୍ଶକ ଦେବଦତ୍ତ ମହାନ୍ତିଙ୍କ ଉପସ୍ଥିତିରେ ଗୋଦାମର ତାଲା କଟାଯାଇଛି । ଏବଂ ଗୋଦାମରେ ଥିବା ଗ୍ୟାସ୍‌ ଟାଙ୍କି, ଅନ୍ୟାନ୍ୟ ଉପକରଣ ଓ ଦସ୍ତାବିଜକୁ ଜବତ କରାଯାଇଛି । ସୂଚନା ଅନୁସାରେ, କୋକସରା ଇଣ୍ଡେନ ଗ୍ୟାସ ଏଜେନ୍ସିର ମାଲିକ ଆଶିଷ ନେଗୀ କୌଣସି ଏକ କେଶରେ ଜଡିତ ଥିବାରୁ ତାଙ୍କ ଏକାଉଣ୍ଟ ଫ୍ରିଜ ହେବା ଫଳରେ ଗ୍ୟାସ ସମ୍ବନ୍ଧୀୟ ଲେଣ ଦେଣ ହୋଇ ପାରୁନଥିଲା । ଫଳରେ କମ୍ପାନୀ ତରଫରୁ ତାଙ୍କ ଏଜେନ୍ସିକୁ ତିନିମାସ ପାଇଁ ନିଲମ୍ବନ ଆଦେଶ ଦେଇ ଉପଲବ୍ଧ ଥିବା ଖାଲି ଟାଙ୍କି ଓ ଭର୍ତ୍ତି ଟାଙ୍କି ସହ ଅନ୍ୟାନ୍ୟ କାଗଜତ କମ୍ପାନୀକୁ ହସ୍ତଗତ କରିବାକୁ ଆଦେଶ ଦେଇଥିଲେ । ହେଲେ ଏଜେନ୍ସି ପକ୍ଷରୁ କୌଣସି ସହଯୋଗ ନ କରିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ଆଇଓସିଏଲର କ୍ଷେତ୍ର ପରିଦର୍ଶକ ଦେବବ୍ରତ ମହାନ୍ତି, କୋକସରା ତହସିଲଦାର ଦେବବ୍ରତ କରାଟି, ପୋଲିସ ଏସଆଇ ଗୋପବନ୍ଧୁ ନାଏକ ମିଳିତ ଭାବରେ ତାଲା ଭାଙ୍ଗି ଘରୋଇ, ବ୍ୟବସାୟିକ ଓ ଅନ୍ୟାନ୍ୟ ଟାଙ୍କି ଜବତ କରି ନିକଟସ୍ଥ ଆମପାଣିର ବୃନ୍ଦାବନ ଗ୍ୟାସ୍‌ ଏଜେନ୍ସିଙ୍କୁ ହସ୍ତାନ୍ତର କରିଥିବା କ୍ଷେତ୍ର ପରିଦର୍ଶକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

5 + eleven =