ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଉଦଯାପିତ

0 67

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ ୮ ଦିନ ଧରି ଚାଲୁ ରହିଥିଲା । ଆଜି ଉଦଯାପିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ଅମ୍ବିକା ଦେବୀ ସଭା ପରିଚାଳନା କରିଥିଲେ । ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଜୟ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣର ଗୁରୁତ୍ୱ ବୁଝାଇବା ସହ ନାରୀ ଆଜି ଅବଳା ନହୋଇ ସବଳା ହୋଇଛି ବୋଲି ମତ ବ୍ୟକ୍ତ କରିଥିଲେ । ପୁରାତନ ଇତିହାସର ବୈଦିକ ଯୁଗର ନାରୀ ଦୁର୍ଗା ମାତା ଶକ୍ତି ଧାରିଣୀ ମହିଷାସୁରକୁ ହତ୍ୟା କରି ନାରୀ ଶକ୍ତିର ପରିଚୟ ଥିଲା ବୋଲି ମତବ୍ୟକ୍ତ କରି ଥିଲେ । ପରିଷଦ ଅଧ୍ୟକ୍ଷା ଅମ୍ବିକା ଦେବୀ କ୍ରୀଡା ପ୍ରଶିକ୍ଷିକା ବିଜୟ ଲକ୍ଷ୍ମୀ ପଣ୍ଡା, କ୍ରୀଡା ପ୍ରଶିକ୍ଷିକା ଛାତ୍ରୀମାନେ ଯଥା ଇତିରାଣୀ, ପରିଣୀତା, ଦୀପ୍ତି ମୟୀ, ଲଳିତା ଆଜି ଆତ୍ମରକ୍ଷାର ଗୁରୁତ୍ୱ ବୁଝାଇଥିଲେ । ଓଡ଼ିଆ ଅଧ୍ୟାପକ ବାଗ୍ମୀ ରଞ୍ଜନ ସାଣ୍ଡ ଏହି କାର୍ଯ୍ୟକ୍ରମ ତଦାରଖ କରିଥିଲେ । ବରିଷ୍ଠ ଅଧ୍ୟାପିକା ଡକ୍ଟର ମନସ୍ୱିନୀ ଦାସ, ଇତିହାସ ଅଧ୍ୟାପକ ଡକ୍ଟର ନୃସିଂହ ପାଣିଗ୍ରାହୀ, ରାଜନୀତି ଅଧ୍ୟାପକ ଡକ୍ଟର ମହେନ୍ଦ୍ର ରଇତ, ଗୁରୁ ରଘୁନାଥ ପାତ୍ର ଛାତ୍ରୀମାନଙ୍କୁ ଆତ୍ମରକ୍ଷା କିଭଳି ଜରୁରୀ ବୁଝାଇଥିଲେ । ଶେଷରେ ପ୍ରଶିକ୍ଷଣ ଛାତ୍ରୀମାନଙ୍କୁ ଓ ଜାତୀୟ ସେବା ଶିବିରର ଛାତ୍ରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ ହୋଇଥିଲା । ଶେଷରେ ଓଡ଼ିଆ ଅଧ୍ୟାପକ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

two × two =