ସାମ୍ବାଦିକଙ୍କ ନିଖୋଜ ପିତାଙ୍କ ମୃତଦେହ ଉଦ୍ଧାର, ସାମ୍ବାଦିକ ମହଲରେ ଶୋକ

0 123

ଫୁଲବାଣୀ:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଂଚଳର ଜଣାଶୁଣା ସାମ୍ବାଦିକ ବିପ୍ର ଚରଣ ସାହୁଙ୍କ ପିତା ବନମାଳୀ ସାହୁ(୭୭)ଙ୍କ ମୃତଦେହ ସୋମବାର ଦିନ ଉଦ୍ଧାର କରାଯାଇଛି । ଭୁବେନଶ୍ୱର ସ୍ଥିତ ଏଏମଏସ ହସ୍ପିଟାଲ ନିକଟସ୍ଥ କାଜୁ ଜଙ୍ଗଲ ନିକଟରୁ ମୃତଦେହ ମିଳିଥିବା କଥା ସାମ୍ବାଦିକ ପୁତ୍ର ବିପ୍ରଚରଣ ସାହୁ କହିଛନ୍ତି । ସେ ଗତ ୧୫ ଦିନ ହେଲା ନିଖୋଜ ହୋଇଯାଇଥିଲେ । ବନମାଳୀ ଭୁବନେଶ୍ୱର ଡୁମୁଡୁମାରେ କିଛି ମାସ ହେଲା ସାମ୍ବାଦିକ ବିପ୍ର ଚରଣଙ୍କ ସାନଭାଇ ଘରେ ରହୁଥିଲେ । ବନମାଳୀ ଘରେ କାହାକୁ କିଛି ନଜଣାଇ କୁଆଡେ ପଳେଇଥିଲେ । ପରିବାର ଲୋକେ ବନ୍ଧୁବାନ୍ଧବ, ସମ୍ପର୍କୀୟ ଘର ସମେତ ଅନେକ ସ୍ଥାନ ଖୋଜିବା ପରେ ବି ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ହେଲେ ସୋମବାର ମୃତଦେହ ମିଳିଥିଲା । ତାଙ୍କର ମୃତ୍ୟୁ କିପରି ହେଲା ଜଣା ପଡିନାହିଁ । ତାଙ୍କର ସ୍ୱାଭାବିକ ଭାବେ ମୃତ୍ୟୁ ହୋଇଛି ନା କିଏ ହତ୍ୟା କରିଛି, ନା ସେ ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ ପରେ ଜଣାପଡିବ ।
ସାମ୍ବାଦିକ ବିପ୍ର ଚରଣଙ୍କ ପିତାଙ୍କ ଦେହାନ୍ତରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ଓୟୁଜେ ସଭାପତି ପ୍ରଶାନ୍ତ ବେହେରା, ସମ୍ପାଦକ ବ୍ରଜ ନାୟକଙ୍କ ସମେତ ବହୁ ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ,ପ୍ରଶାନ୍ତ ଜେନାଙ୍କ ସମେତ ବହୁ ସାମ୍ବାଦିକ ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

16 − 7 =