୧୦୭ କୁଇଣ୍ଟାଲ ଗଞ୍ଜେଇ ସହ ବୋଲେରୋ ଜବତ, ଦୁଇ ଗିରଫ

0 604

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ପୋଲିସ ବିସିପଡା -କଟ୍ରିଙ୍ଗିଆ ରାସ୍ତାରେ ଏକ ମହିନ୍ଦ୍ରା ପିକଅପ ବୋଲେରୋ ସହ ଏକ କ୍ୟୁଣ୍ଟାଲ ୭ କେଜି ଚୋରା ଗଂଜେଇ ଜବତ କରିଛି । ଜବତ ମହିନ୍ଦ୍ରା ବୋଲେରୋ ପିକଅପ ଭ୍ୟାନ୍‌ ନମ୍ବର ଓଡି- ୦୨-ବିଏମ ୯୩୪୦ । ଏଥି ସହ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ସାଡୀଙ୍ଗିଆ ଅଂଚଳର ଚି଼କୁନ ଦିଗାଲ ଓ ଅନାମିକା ଦିଗାଲ ବୋଲି ସଦର ଏସଆଇ ସମ୍ବିତ ବେହେରା କହିଛନ୍ତି । ଏ ନେଇ ସଦର ପୋଲିସ ୯୯ /୨୨ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ କହିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ସୂଚନା ପାଇ ଏସଆଇ ସମ୍ବିତ ବେହେରାଙ୍କ ନେତୃତ୍ୱରେ ଗଠିତ ଟିମ ଚଢ଼ାଉ କରି ଜବତ କରିଥିଲା ।

hiranchal ad1
Leave A Reply

Your email address will not be published.

4 × five =