ନିଶା ଓ ଖାଦ୍ୟ ନିବାରଣ ଦଳର ମିଳିତ ଗୁଟ୍‌ଖା ଧରପକଡ

0 148

ଜି. ଉଦୟଗିରି : ବ୍ୟାପକ ସଚେତନତା ପରେ ମଧ୍ୟ ଗୁଟଖା ସେବନ ଏବଂ ବିକ୍ରୀ କମୁନି । କନ୍ଧମାଳରେ ମଧ୍ୟ ଏହି ସଂଖ୍ୟା ବଢିବାରେ ଲାଗିଛି । ଏବେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଛି ଗୁଟଖା ଧରପକଡ ଅଭିଯାନ । ଏହି କ୍ରମରେ ଆଜି ଜି. ଉଦୟଗିରି ବଜାରରେ ବିଭିନ୍ନ ଦୋକାନ ଯାଞ୍ଚ କରାଯାଇ ବିପୁଳ ପରିମାଣର ଗୁଟଖା ଜବତ କରାଯିବା ସହିତ ୨୭୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଡ୍ରଗ ଇନସ୍ପେକ୍ଟର ସନ୍ତୋଷ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଗଠିତ ଏହି ଟିମ୍‌ରେ ଫୁଡ ଇନସ୍ପେକ୍ଟର ନବ କିଶୋର ସାହୁ, ଏକ୍ସାଇଜ୍‌ ଇନସ୍ପେକ୍ଟର ମଧୂସୂଦନ ବେହେରା, ପୁଲିସ ଏସଆଇ ବୁଲୁ ବେହେରା, ସ୍ୱାସ୍ଥ୍ୟ ବିଭାଗ ତରଫରୁ ରାଜ କିଶୋର ସାହୁ ପ୍ରମୁଖ ସାମିଲ ଥିଲେ । କିଛି ଦିନ ପୂର୍ବରୁ ଜି. ଉଦୟଗିରି ସହରରେ ବ୍ୟବସାୟୀ ମାନଙ୍କୁ ସଚେତନ କରାଯାଇଥିଲେ ମଧ୍ୟ ଏତେ ପରିମାଣର ବାହାରିବା ଆଶ୍ଚର୍ଯ୍ୟ କରିଥିବା ବେଳେ ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହା ନିୟମିତ ବ୍ୟବଧାନରେ ସଚେତନ କରାଯିବ ବୋଲି ଫୁଡ ଇନସ୍ପେକ୍ଟର ନବ କିଶୋର ସାହୁ କହିଛନ୍ତି ।

hiranchal ad1
Leave A Reply

Your email address will not be published.

2 × 5 =