ରାମ ଗୋପାଳ ବର୍ମାଙ୍କ ନାଁରେ ସମ୍ବଲପୁର ଥାନାରେ ଏତଲା

0 50

ସମ୍ବଲପୁର: ଆସନ୍ତା ମାସ ଦେଶରେ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ସମଗ୍ର ଦେଶରେ ଏହାକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି । ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ଝାରଖଣ୍ଡର ରାଜ୍ୟପାଳ ତଥା ଓଡିଆ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପୋଦି ମୁର୍ମୁ ଓ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯଶୱନ୍ତ ସିହ୍ନା । ଶ୍ରୀମତୀ ଦ୍ରୌପୋଦି ମୁର୍ମୁଙ୍କ ନାମ ଘୋଷଣା ହେଲା ପରେ ସମାଗ୍ର ଦେଶରେ ଖୁସିର ଲହରୀ ଖେଳି ଯାଇଥିଲା । ଅନେକ ରାଜନୈତିକ, ସାମାଜିକ, ବୁଦ୍ଧିଜୀବୀ, ବିଶିଷ୍ଟ୍‌ ବ୍ୟକ୍ତି ବିଶେଷ ତାଙ୍କର ପ୍ରାର୍ଥୀ ଚୟନକୁ ନେଇ ଅନେକ ଉତ୍ସାହଜନକ ଓ ସକାରାତ୍ମକ ଟିପ୍ପଣୀ ଦେଇଛନ୍ତି । କିନ୍ତୁ ହିନ୍ଦୀ ସିନେମା ପ୍ରଯୋଜକ ତଥା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଟ୍ୱିଟ ମାଧ୍ୟମରେ ଦେଇଥିବା ତାଙ୍କର ଟିପ୍ପଣୀକୁ ନେଇ ଦେଶରେ ଆକ୍ରୋଶର ବାତାବରଣ ସୃଷ୍ଟି କରିଛି । ସେ ଶ୍ରୀମତୀ ଦ୍ରୌପୋଦୀ ମୁର୍ମୁଙ୍କ ସମର୍ଥକ ହୁଅନ୍ତୁ କିମ୍ବା ବିରୋଧୀ ସମସ୍ତେ ଏଭଳି ବକ୍ତବ୍ୟକୁ ନିନ୍ଦା କରିଛନ୍ତି । ରାମ ଗୋପାଳ ବର୍ମାଙ୍କ ଟିପ୍ପଣୀକୁ ନେଇ ଦେଶର ଅନେକ ସ୍ଥାନରେ ଭାଜପା କର୍ମୀ ଓ ସମର୍ଥକ ରାଜରାସ୍ତାକୁ ଓହ୍ଲାଇଛନ୍ତି । କେଉଁଠି ବର୍ମାର କୁଶପୁତ୍ତଳିକା ଦାହ କରାଯାଉଛି ତ କେଉଁଠି ତାଙ୍କ ବିରୁଦ୍ଧରେ ଏତଲା ଦିଆଯାଉଛି । ଏହି ମର୍ମରେ ଆଜି ସମ୍ୱଲପୁର ଭାଜପା ପକ୍ଷରୁ ମଧ୍ୟ ଟାଉନ ଥାନାରେ ରାମ ଗୋପାଳ ବର୍ମାଙ୍କ ନାଁରେ ଭାଜପା ଜିଲ୍ଲା ଉପସଭାପତି ତଥା ଅଧିବକ୍ତା ଫଣିଭୂଷଣ ମିଶ୍ର ଏତଲା ଦେଇଛନ୍ତି ଓ ତାଙ୍କ ବିରୁଦ୍ଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି । ଆଜିର ଏତଲା ଦେବା ବେଳେ ତାଙ୍କ ସହିତ ପାର୍ଟି ଜିଲ୍ଲା ସଭାପତି ଗିରିଶ ପଟେଲ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଶ୍ୱିନୀ କୁମାର ମାଝୀ, ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରଦୀପ ସୁପକାର, ସମଲେଶ୍ୱରୀ ମଣ୍ଡଳ ସଭାପତି ଶମ୍ଭୁ ବରେଳିଆ, ସାକ୍ଷୀଗୋପୀନାଥ ମଣ୍ଡଳ ସଭାପତି ସରୋଜ ଘଡେ଼ଇ, ଯୁବ ମୋର୍ଚ୍ଚା ସଭାପତି ଅଶ୍ୱିନୀ ସୁନା, ରାଜା ବରାଡ଼, ଟୁକୁ ମହାନ୍ତି, ଦିନେଶ ସାହୁ, ପ୍ରଦୀପ ବେହେରା ଓ ଭାଜପା କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ପ୍ରମୁଖ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

19 + 13 =