୧୫ ବର୍ଷିଆ ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ୨୦ ବର୍ଷ ଜେଲ

0 141

ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ୍‌ ପୋକ୍‌ସୋ କୋର୍ଟର ବିଚାରପତି ମିହିର୍‌ ରଞ୍ଜନ ପରିଡ଼ା ଆଜି ଏକ ୧୫ ବର୍ଷୀୟା ନାବାଳିକାର ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୧ଜଣ ସାକ୍ଷୀ,ଡାକ୍ତରୀ ରିପୋର୍ଟ୍‌ ଓ ପୀଡିତାଙ୍କ ବୟାନ ଆଧାରରେ ଘଟଣାର ଅଭିଯୁକ୍ତ ସରୋଜ ସାଣ୍ଢ (୨୬) କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଜରିମାନା ଅନାଦେୟ ତାକୁ ଅଧିକ ୧୦ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ମାଲାକୁ ସରକାରଙ୍କ ପକ୍ଷରୁ ପୋକ୍‌ସୋ କୋର୍ଟର ସ୍ୱତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ । ସୂଚନା ଅନୁସାରେ ୨୦୧୭ ମସିହା ଜୁନ୍‌ ମାସ ୨୩ ତାରିଖ ଦିନ ଅଭିଯୁକ୍ତ ପୀଡିତକୁ ଅପହରଣ କରିନେଇ ଗୋଛାପଡା ଥାନା ଅନ୍ତର୍ଗତ ସଲାଗୁଡା ଗ୍ରାମରେ, ତା’ର ମାଉସୀ ଘରେ ରଖି ୧୫ ଦିନ ଧରି, ତାକୁ ବିବାହର ପ୍ରଲୋଭନ ଦେଖାଇ ଜୋର ଜବରଦସ୍ତି ତା ସହିତ ଶାରିରୀକ ସମ୍ପର୍କ ରଖିଥିଲା । ପୀଡିତାଙ୍କ ଘର ଲୋକେ, ଖବର ପାଇ ପୀଡିତର ବାପା ଏ ସଂକ୍ରାନ୍ତରେ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ଥାନାଧିକାରୀ ଏକ ମାମଲା ୬୯/୧୭ ରୁଜୁ କରି ୨୦୧୭ ମସିହା ଜୁଲାଇ ୧୧ ତାରିଖ ଦିନ ଫିରିଙ୍ଗିଆ ବସ୍‌ ଷ୍ଟାଣ୍ଡରୁ ପୀଡିତାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟରେ ହାଜର କରେଇଥିଲେ । ଆଜି ବିଚାରପତି ସେହି ମାମଲାରେ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି ଏବଂ ପୀଡୀତାଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

12 − eight =