ପ୍ରକୃତିର ରକ୍ଷକ ହେଉଛନ୍ତି ଆଦିବାସୀ, ଆଦିବାସୀଙ୍କ ଉନ୍ନତି ହେଲେ ଦେଶର ଉନ୍ନତି ସମ୍ଭବ : ରାଷ୍ଟ୍ରପତି

0 42

କେନ୍ଦୁଝର : ଗୁରୁବାର ଦିନ ଦିନିକିଆ କେନ୍ଦୁଝର ଜିଲ୍ଲାଗସ୍ତରେ ଆସିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦିନ ୧୦ ଟା ୫ ମିନିଟ୍‌ ସମୟରେ ରାଇସୁଆଁ ଏଆର ଷ୍ଟ୍ରିପ ଠାରେ ହେଲିକେପ୍ଟର ଯୋଗେ ଅବତରଣ କରିବା ପରେ ସେଠାରୁ କାର୍‌ ଯୋଗେ ଆସି ୧୦.୫୨ ମିନିଟରେ ଗୋନାସିକା ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ସଭା ସ୍ଥଳିରେ ମହାମହିମ ରାଷ୍ଟ୍ରପତି ପହଞ୍ଚିଥିଲେ । ସେଠାରେ ରାଷ୍ଟ୍ରପତିଙ୍କୁ ଜୁଆଙ୍ଗ ସଂପ୍ରଦାୟର ପାରମ୍ପରିକ ଚାଙ୍ଗୁ, ବାଦ୍ୟ ବଜାର ନୃତ୍ୟଗୀତରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହା ପରେ ସଭାରେ ଉପସ୍ଥିତ ୫ଟି ଗାଁର ଜୁଆଙ୍ଗ ସମ୍ପ୍ରଦାୟର ଲୋକଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ । ସେହି ସମୟରେ ଜୁଆଙ୍ଗ ଜାତିର ପୁରୁଷ ଓ ମହିଳାମାନେ ସେମାନେ ବର୍ତ୍ତମାନ ଗାଁକୁ ଆଗରୁ ରାସ୍ତା ନ ଥିଲା ଏବେ ତ ଭଲ ରାସ୍ତା ଅଛି , ଆଙ୍ଗନବାଡି ଅଛି ଓ ସେମାନଙ୍କର ଓ ଗାଁ ର ଉନ୍ନତି ହୋଇଥିବା କଥା କହିଥିଲେ । ଏହା ପରେ ରାଷ୍ଟ୍ରପତି ଉପସ୍ଥିତ ଜନଜାତିର ଲୋକମାନଙ୍କୁ ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ସୂଚନା ଦେଇଥିଲେ । କେତେ ଲୋକ କେତେ ପଠ ପଢ଼ିଛନ୍ତି ପଚାରି ବୁଝିଥିଲେ । କିଏ ରାଜନୀତି ଯଥା ସରପଞ୍ଚ ବା ମେମ୍ବର ହୋଇଛନ୍ତି , କିଏ ଚାକିରି କରିଛନ୍ତି , ବ୍ୟବସାୟ କରୁଛନ୍ତି ବୁଝିଥିଲେ । ପରେ ଏମାନଙ୍କର କିପରି ଉନ୍ନତି ହେବ ସେ ନେଇ ଅନେକ ଉପଦେଶ ଦେଇଥିଲେ । ଲୋକମାନଙ୍କୁ ମଧ୍ୟ ସଚେତନ ହେବାକୁ କହିଥିଲେ । ସମସ୍ତେ ପାଠ ପଢ଼ି ଶିକ୍ଷିତ ହେବାକୁ ଉପଦେଶ ଦେଇଥିଲେ । ସମସ୍ତେ ପାଠ ପଢ଼ି ଶିକ୍ଷିତ ହେଲେ ନିଜର ନିଜ ଅଞ୍ଚଳର ଉନ୍ନତି ହେବା ସହ ଦେଶର ଉନ୍ନତି ହେବ ବୋଲି କହିଥିଲେ । ରାଷ୍ଟ୍ରପତି ଜନଜାତି ସଂପ୍ରଦାୟଙ୍କ ପାଇଁ ନିଜ ଜମି ଦାନ କରିଥିବା କହିଥିଲେ । ଶେଷରେ ଜୁଆଙ୍ଗ ସର୍ଦ୍ଧାର ମାନଙ୍କୁ ବୀର୍ଷା ମୁଣ୍ଡା , ରାମ ଲକ୍ଷ୍ମଣ ଆଦିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଉପଢୌକନ ପ୍ରଦାନ କରିଥିଲେ ।

hiring


ଏହା ପରେ ରାଷ୍ଟ୍ରପତି ସର୍କିଟ ହାଉସ ଯାଇ ସେଠାରେ କିଛି ସମୟ ବିଶ୍ରାମ ନେଇ ପରେ ଆପରାହ୍ନ ତିନିଟା ସମୟରେ ଧରଣୀଧର ବିଶ୍ୱବିଦ୍ୟାଳୟ ନିର୍ଥ କ୍ୟାମ୍ପସରେ ନ୍ୟାସନାଲ ସେମିନାରରେ ଯୋଗ ଦେଇଥିଲେ । ରାଷ୍ଟ୍ରପତି ଆସିବା ସମୟରେ ମଧ୍ୟ ତାଙ୍କୁ ଜନଜାତି ସଂପ୍ରଦାୟର ଲୋକମାନେ ତାଙ୍କ ପାରମ୍ପରିକ ବାଦ୍ୟ ନୃତ୍ୟ ରେ ସ୍ୱାରତ ସମ୍ବର୍ଦ୍ଧନା କରିଥିଲେ । ପ୍ରଥମେ ରାଷ୍ଟ୍ରପତି ଏଠାରେ ଜୁଆଙ୍ଗ ବିକାଶ ପରିଷଦ, ଶବର ସାଂସ୍କୃତିକ ସମାଜ ଆଦି ୯ଟି ସଂଗଠନ ପକ୍ଷରୁ ସେମାନଙ୍କର ପାରମ୍ପାରିକ କଳା,ବସ୍ତ୍ର,ଅଳଙ୍କାର ଆଦି ପ୍ରଦର୍ଶନୀ ବୁଲି ଦେଖିଥିଲେ ଓ ସେଠାରେ ପ୍ରଦର୍ଶୀତ ସାମଗ୍ରୀ ସଂପର୍କରେ ପଚାରି ବୁଝିଥିଲେ । ଏପରିକି ରାଷ୍ଟ୍ରପତି ସାନ୍ତାଳି ଭାଷାରେ ଲୋକଙ୍କ ସହିତ କଥା ହେବା ସହ ସାନ୍ତାଳି ଭାଷାରେ ଏକ ଗୀତ ଗାଇବାକୁ କହିଥିଲେ ଓ ଗୀତ ଶୁଣି ବହୁତ ଆନନ୍ଦିତ ହୋଇଥିଲେ ମଧ୍ୟ । ଏହାପରେ ମଞ୍ଚ ଉପରୁ ଯିବା ପରେ ପ୍ରଥମେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି ସମୟରେ ମଞ୍ଚ ଉପରେ ରାଜ୍ୟପାଳ ଓ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଉପସ୍ଥିତ ଥିଲେ । ଏହା ପରେ ମହାମହିମ ରାଷ୍ଟ୍ରପତି ପ୍ରଦୀପ ପଜ୍ଜ୍ୱଳନ କରି ଏହି ଜାତୀୟ ସ୍ତରୀୟ ଜନନାତି ଆଲୋଚନାଚକ୍ର ଓ ପ୍ରଦର୍ଶନୀକୁ ଭଦଘାଟନ କରିଥିଲେ । ଏହା ପରେ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ ଏକ ବର୍ଷର ନ୍ୟୁଜ ଲେଟରକୁ ରାଷ୍ଟ୍ରପତି ଉନ୍ମୋଚନ କରିଥିଲେ । ଏହି ସେମିନାରରେ କେନ୍ଦୁଝର ଜିଲ୍ଲାରେ ବସବାସ କରୁଥିବା ଜନଜାତି ସଂପ୍ରଦାୟର ଲୋକମାନଙ୍କର ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଜିଲ୍ଲାର ପ୍ରାୟ ଶହେ ପଚାଶ ଜଣ ଜନ ଜାତି ସଂପ୍ରଦାୟର ଲୋକ ଏଥିରେ ଭାଗ ନେଇଥିଲି । ରାଷ୍ଟ୍ରପତି ପ୍ରଥମେ ଜୟ ଜଗନ୍ନାଥ ଜୟ ମା ତାରିଣୀ ଜୟ ମାରାଙ୍ଗବୁରୁ କହି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । ଆଦିବାସୀ ନେତା ଧରଣୀଧରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ନିଜକୁ ଧନ୍ୟ ମନେ କରିଥିବା କହିଥିଲେ । ସମସ୍ତେ ମନ ଦେଇ ପାଠ ପଢିଲେ ବଡ଼ ମଣିଷ ହୋଇପାରିବ ବୋଲି କହିଥିଲେ । ଉପସ୍ଥିତ ସମସ୍ତଙ୍କୁ ନିଜ ସଂସ୍କୃତି ସହ ଜଡ଼ିତ ହୋଇ ରହିବାକୁ ପରାମର୍ଶ ଦେଇଥିଲେ । ଆଦିବାସୀଙ୍କ ସ୍ୱତନ୍ତ୍ର ବେଶ ଭୂଷା ଓ ଖାଦ୍ୟପେୟ ରହିଛି ତାହାକୁ ଦେଖି ଦେଲେ ହିଁ ଜଣାପଡିଯାଏ । ଆଜି ଅନେକ ଗାଁ ଛାଡ଼ି ସହର ମୁହାଁ । ଗବେଷକ ମାନଙ୍କୁ ଆଦିବାସୀଙ୍କ ସଂପର୍କରେ ଗବେଷଣା କରିବାକୁ ପରାମର୍ଶ ଦେଇଥିଲେ । ଭିସିଙ୍କୁ କହିଥିଲେ ଆପଣମାନେ ଆଦିବାସୀ ମାନଙ୍କ ଗାଁକୁ ଯାଇ ତାଙ୍କ ସହ କିଛି ଦିନ ରହି ତାଙ୍କ ସୁବିଧା ଅସୁବିଧା ଦେଖି ତାଙ୍କର ଉନ୍ନତି ପାଇ ସରକାରଙ୍କୁ ରିପୋର୍ଟ ପ୍ରସ୍ତୁତ କରି ଦେବା ସହ ଉନ୍ନତି ପାଇଁ କଣ କରିବା ଆବଶ୍ୟକ ପରାମର୍ଶ ଦିଅନ୍ତୁ । ପଛୁଆ ବର୍ଗର ଆଦିବାସୀଙ୍କ ଉନ୍ନତି ନ ହେଲେ ଦେଶର ଉନ୍ନତି ହୋଇପାରିବ ନାହିଁ । ଏହା ସହ ସରକାରଙ୍କ ଦ୍ୱାରା ଆଦିବାସୀ ମାନଙ୍କ ଉନ୍ନତି ପାଇଁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଗ୍ଲୋବାଲ ଉଆରମିଂ ପାଇଁ ଚିନ୍ତା ପ୍ରକଟ କରିବା ସହ ଆଦିବାସୀ ମାନେ ପ୍ରକୃତିକୁ ପୂଜା କରନ୍ତି ପ୍ରାକୃତିକ ସମ୍ପଦକୁ ସୁରକ୍ଷା ଦିଅନ୍ତି ତାଙ୍କଠାରୁ ଏହା ଶିଖିବା କଥା ବୋଲି କହିଥିଲେ । ମହିଳା ସଶକ୍ତିକରଣ କରିବା ଦରକାର ନହେଲେ ଦେଶ ଆଗେଇ ପରିବ ନାହିଁ । ସବ କା ସାଥ ସବ କା ବିକାଶ ସବ କା ପ୍ରୟାସ ହେବା ଦରକାର । ବୃକ୍ଷ ଚିହ୍ନି ସେଥିରେ ଚିକିତ୍ସା କରିବା ଆଦିବାସୀ ମାନଙ୍କଠାରୁ ଶିଖିଥିବା ସହ ତା ଉପରେ ଗବେଷଣା କରିବାକୁ ପରାମର୍ଶ ଦେଇଥିଲେ । ଏହି ଧରଣୀଧର ବିଶ୍ୱବିଦ୍ୟାଳୟର ସମୁଦାୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୮ ପ୍ରତିଶତ ଛାତ୍ରଛାତ୍ରୀ ଜନଜାତି ସଂପ୍ରଦାୟର ଅଛନ୍ତି । ଏହା ସହ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବାର ପ୍ରଥମ ବର୍ଷରେ ହିଁ ମହାମହିମ ରାଷ୍ଟ୍ରପତି ଆସିଥିବାରୁ ୟୁନିଭରସିଟିର ଅଧ୍ୟପକ ଛାତ୍ରଛାତ୍ରୀ ଓ ଜିଲ୍ଲାର ସାଧାରଣ ଲୋକେ ବେସ ଆନନ୍ଦିତ ଓ ଉଲ୍ଲସିତ ହୋଇଉଠିଛନ୍ତି । ଏଠାରେ ରାଷ୍ଟ୍ରପତି ୩ ଟା ଠାରୁ ୪.୧୫ ମିନିଟ ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପରେ ୪.୧୫ ମିନିଟ୍‌ ସମୟରେ ରାଇସୁଆଁରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ ।

hiranchal ad1
Leave A Reply

Your email address will not be published.

16 − two =