ବାଣ ଫୁଟେଇବା ହେଲା କାଳ

0 63

ଆଠମଲ୍ଲିକ : ବାଣ ଫୁଟାଇଲାବେଳେ, ଅସାବଧାନତା ସାଜିଲା କାଳ l ଯୁବକ ହେଲେ ଗୁରୁତର l ଆଠମଲ୍ଲିକ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ରେ ପ୍ରାଥମିକ ଚିକିତ୍ସା ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କରାଯାଇଛି ସ୍ଥାନାନ୍ତର l ସୂଚନା ମୁତାବକ ଅନୁଗୋଳ ଜିଲ୍ଲା, ଆଠମଲ୍ଲିକ ଅନ୍ତର୍ଗତ,
ଅଏଡ଼ା ଗ୍ରାମରୁ ଏକ ବରଯାତ୍ରୀ ପାର୍ଟି, ମାଧପୁର ନିକଟସ୍ଥ ବରଡ଼ାକଟା ଗ୍ରାମକୁ ଯାଇଥିଲା l ଅତି ଆନନ୍ଦ ଉଲ୍ଲାସ ରେ ପ୍ରସେସନ ଚାଲୁଥିବା ବେଳେ, ବାଣ ସାଜିଥିଲା କାଳ  l ବାଣ ଫୁଟାଇଲା ବେଳେ, ନିଜର ଅସାବଧାନତା ପାଇଁ ଅତି ଗୁରୁତର ହୋଇପଡିଛନ୍ତି ଯୁବକ l ଯୁବକ ଜଣକ ହେଲେ  ଅଏଡ଼ା ଗ୍ରାମର ଜନ୍ମେଜୟ ମାଝୀ l ଜନ୍ମେଜୟ ଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l ତାଙ୍କର ଦୁଇଆଖି, ଏବଂ ଡାହାଣ ହାତର ପାପୁଲି ରେ ଗଭୀର ଆଘାତ ଲାଗିଛି l ଜୀବନ ପ୍ରତି କୌଣସି ବିପଦ ନଥିଲେ ମଧ୍ୟ ବର୍ତ୍ତମାନ ସେ ସମ୍ପୂର୍ଣ ସୁସ୍ଥ ନଥିବା ନେଇ ବରିଷ୍ଠ ଡାକ୍ତର ଅନିଲ ଦେ, ନିଜର ମତପ୍ରକାଶ କରିଛନ୍ତି l

hiranchal ad1
Leave A Reply

Your email address will not be published.

4 × 1 =