ଅଷ୍ଟ ପ୍ରହରୀ ନାମଯଜ୍ଞ ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ

0 52

ସୋନପୁର : ସୋନପୁର ସଦର ବ୍ଲକ ମଲ୍ଲିକମୁଣ୍ଡା ପଂଚାୟତ ଅନ୍ତର୍ଗତ ଗଡିଆ ଗ୍ରାମରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମଣ୍ଡପ ପରିସରରେ ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ସଂକୀର୍ତ୍ତନ ଘଣ୍ଟ ଶଙ୍ଖ ମାଧ୍ୟମରେ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ପୋଖରୀରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟ ପଣ୍ଡିତ ପୁରୁଷୋତ୍ତମ ମିଶ୍ରଙ୍କ ତତ୍ତ୍ୱାବଧାନରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇ ୨୫୧ଗୋଟି ପୂର୍ଣ୍ଣ ଜଳ କଳସ ଧରି ମଣ୍ଡପରେ ସ୍ଥାପନ କରିଥିଲେ । ଏହି ଅଷ୍ଟପ୍ରହରୀ ନାମ ଯଜ୍ଞ ଶୁକ୍ରବାର ସକାଳୁ ଆରମ୍ଭ ହୋଇ ଶନିବାର ସମାପ୍ତ ହେବା ନେଇ ସୂଚନା ମିଳିଛି । ଏଥିରେ କର୍ତ୍ତା ଭାବରେ ଲକ୍ଷପତି ପୋଢ ଓ ତାଙ୍କର ଧର୍ମପତ୍ନୀ ଗାୟତ୍ରୀ ପୋଢ ଦାୟିତ୍ୱ ଗ୍ରହଣ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ପୂଜକ ଭାବରେ ସ୍ୱାଙ୍ଗତ ମିଶ୍ର ଓ ଭିକାରୀ ମିଶ୍ର ସହଯୋଗ କରିଥିଲେ । ଏହି ନାମଯଜ୍ଞ କମିଟିର ସଭାପତି ଆକାଶ ମହାନ୍ତି, ସମ୍ପାଦକ ଭଗ୍ୟବାନ ଝାଙ୍କର, କୋଷାଧ୍ୟକ୍ଷ ଦେବେନ୍ଦ୍ର ପୋଢ ଓ ଧିରେନ୍ଦ୍ର ଷାଣ୍ଢ, ସାଧୁରାମ ଷାଣ୍ଢ, ଅଶୋକ ଝାଙ୍କର, ରମେଶ ବିଶି, ଜିତେନ୍ଦ୍ର ପୋଢ, ବିପ୍ର କାଲସାଏ, ସରୋଜ ସେଠୀ, ସର୍ଜନ ସେଠୀ, ନିର୍ମଳ ଦୀପ, ନିରୁ ଭୋଇ, ଗ୍ରାମ ସଂକୀର୍ତ୍ତନ ମଣ୍ଡଳୀ ସମେତ ଗ୍ରାମବାସୀ ସହଯୋଗ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

4 + 12 =