ଦଣ୍ଡ ଯାତ୍ରାରେ କାଳିସୀର ମୃତ୍ୟୁ, ମୃତ୍ୟୁର କାରଣ ଅସ୍ପଷ୍ଟ

0 896

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଦଣ୍ଡ ନୃତ୍ୟ ବେଳେ କାଳିସୀର ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଗତକାଲି ହରଭଙ୍ଗା ବ୍ଲକ କୁସଙ୍ଗ ପଂଚାୟତ ଅନ୍ତର୍ଗତ ଅତଲସରା ଗ୍ରାମରେ କରଡ଼ି ଓ ମାଳି ପଦର( ଓଡସିଙ୍ଗା) ଗ୍ରାମର ୨ ଦଣ୍ଡ ଯାତ୍ରା ଦଳ ଦଣ୍ଡ ନାଚ ପାଇଁ ରହିଥିଲେ । ଧୂଳି ଦଣ୍ଡ ଖୁବ ଧୁମଧାମରେ ଉଭୟ ଦଳ କରିଥିଲେ ଓ ଦର୍ଶକ ମଧ୍ୟ ନାଚକୁ ମନଭରି ଉପଭୋଗ କରିଥିଲେ । ରାତ୍ରିରେ ପାଣି ଦଣ୍ଡ ପରେ ଷୋଳ ସୁଅଙ୍ଗ ଦଣ୍ଡ କରିବା ପାଇଁ ଗ୍ରାମ ଭିତରକୁ ଯାଉଥିବା ବେଳେ କରଡ଼ି ଦଣ୍ଡ ଦଳର କାଳିସୀ ହଠାତ ତଳେ ପଡିଯାଇ ସ୍ୱାଭାବିକ ବାନ୍ତି କରି ଚେତାଶୂନ୍ୟ ହୋଇଯାଇଥିଲେ । ଫଳରେ ଗ୍ରାମବାସୀଙ୍କ ସହାୟତାରେ ୧୦୮କୁ ଯୋଗାଯୋଗ କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଡାକ୍ତର ସେଠାରେ କାଳିସୀର ମୃତ୍ୟୁ ହୋଇଥିବା ସୂଚନା ଦେବା ସହ ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଚିକିତ୍ସାଳୟକୁ ପଠାଇ ଥିଲେ । କାଳିସୀ ଜଣକ କାଲେଶ୍ୱର ଗ୍ରାମର ବାବୁଲା ବୋଲି ଜଣା ପଡିଛି । ବ୍ୟବଚ୍ଛେଦ ପରେ ମୃତ୍ୟୁର ସଠିକ ତଥ୍ୟ ମିଳିପାରିବ ।

hiranchal ad1
Leave A Reply

Your email address will not be published.

twelve − 4 =