ଶିକାର କରିବାକୁ ଗଲାବେଳେ ଦୁଇ ଶିକାରୀ ଗିରଫ

0 261

ଦଶପଲ୍ଲା : ଜଙ୍ଗଲ ମାଫିଆଙ୍କ ପାଇଁ ଶନିଗ୍ରହ ଭାବେ ଜଣାଶୁଣା ଫରେଷ୍ଟର ସୂର୍ଯ୍ୟ କାନ୍ତ ମହାରଣା । ନୟାଗଡ଼ ବନଖଣ୍ଡ ମହିପୂରୁ ବନାଞ୍ଚଳ ଅଧୀନସ୍ଥ ଗାତେରୀ ପଂଚାୟତର ସୁରୁକାବାରୀ ନିକଟରେ ଗତରାତ୍ରୀ ସମୟରେ ବନ କର୍ମଚାରୀମାନେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଶିକାର କରିବାକୁ ବାହାରି ଥିବା ଭଗବାନ ବେହେରା (୩୬) ଓ ସମିର ବେହେରା (୪୨) ଗିରଫ କରିବା ସହିତ କୋର୍ଟ ଚାଲାଣ କରାଯାଉଥିବା ସୂଚନା ଦେଇଛନ୍ତି ଫରେଷ୍ଟର ସୂର୍ଯ୍ୟକାନ୍ତ ମହାରଣା ।
ଦୁଇ ଶିକାରୀଙ୍କଠାରୁ ଶିକାରରେ ବ୍ୟବହୃତ ହେଉଥିବା ବାରୁଦ, ସିଂସା, ବ୍ୟାଟେରୀ,ଗୁଳି ସହ ଆବଶ୍ୟକ ସରଞ୍ଜାମ ଜବତ କରି ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ପଚରା ଉଚରା କରିବା ସହିତ (ଓଆର ୩୬/୨୩)ରେ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଉଥିବା ସୂଚନା ଦେଇଛନ୍ତି । ଗତକାଲି ପୋଖରୀ ମଧ୍ୟରୁ ଲକ୍ଷାଧିକ ଟଙ୍କାର ସାଳ ଗଣ୍ଡି ଉଧାର ପରେ କେଇ ଘଣ୍ଟା ପରେ ଶିକାରୀଙ୍କୁ ଗିରଫ ଘଟଣାକୁ ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ଶିକାରୀ କିମ୍ବା କାଠମାଫିଆ ଫରେଷ୍ଟର ସୂର୍ଯ୍ୟ କାନ୍ତ ମହାରଣା ନାଁ ଶୁଣିଲେ ଜଙ୍ଗଲରେ ପାଦ ଦେବାକୁ ଭୟ କରୁଥିବା ବିଭିନ୍ନ ଗାଁ ଗଣ୍ଡାରେ ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

fourteen − 8 =