ଚିଲିକାରେ ନୌକା ଦୁର୍ଘଟଣା;୨ ମୃତ

0 59

ବ୍ରହ୍ମଗିରି : ଆଜି ସନ୍ଧ୍ୟାରେ ଚିଲିକାରେ ନୌକା ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟଜଣେ ପହଁରି ପହଁରି କୂଳରେ ପହଞ୍ଚିଛନ୍ତି । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗମ୍ଭାରୀଗାଁ କାଳିଜାଈ କୁଦ ନିକଟରେ ଡଙ୍ଗା ବୁଡି ଯାଇଥିଲା । ଅଗ୍ନିଶମ ବାହିନୀ ଖୋଜାଖୋଜି ପରେ ନିଖୋଜ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାିଥିଲା । କୂଳରେ ପହଞ୍ଚିଥିବା ବ୍ୟକ୍ତି ଜଣକ ଟୁଆ ଗାଁର ଉଗ୍ରସେନ ଦାସ ବୋଲି ଜଣାପଡିଛି । କାଳିଜାଈ କୁଦକୁ ଭୋଜି କରିବା ପାଇଁ ପୁରୀର କିଛି ଲୋକଙ୍କୁ ନେଇ ଏକ ଡଙ୍ଗା ଯାଇଥିଲା । ଏହି ଡଙ୍ଗାରେ ପ୍ରାୟ ୧୩ ଜଣ ଲୋକ ଥିଲେ । ଭୋଜି ିସାରି ସଂଧ୍ୟାରେ ଫେରିବା ସମୟରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା । ଘଟଣା ସ୍ଥଳରୁ ୧୦ ଜଣ ଉଦ୍ଧାର ହୋଇଥିବା ବେଳେ ୩ଜଣ ନିଖୋଜ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ନିଖୋଜଙ୍କୁ ଠାବ କରିବା ନିମନ୍ତେ ଅଗ୍ନିଶମ ବାହିନୀକୁ ସହାୟତା କରିଥିଲେ ।

hiranchal ad1
Leave A Reply

Your email address will not be published.

2 + twelve =