ଅନ୍ତେବାସୀଙ୍କ ଦ୍ୱାରା ହେଉଛି ଜାଳେଣି କାଠ ବୁହା ଓ ଆବର୍ଜନା ସଫେଇ

0 177

ବାଲିଗୁଡ଼ା: ବିଦ୍ୟାଳୟକୁ ପିଲାଏ ଯାଉଛନ୍ତି ବିଦ୍ୟା ଆହରଣ କରିବାକୁ, ହେଲେ ବିଦ୍ୟାଳୟରେ ଅନ୍ତେବାସୀ ଜାଳେଣି କାଠ ବୋହିବା ସହ ଅଳିଆ ଆବର୍ଜନା ସଫା କରିବା କେତେଦୁର ଯୁକ୍ତିଯୁକ୍ତ । ଏକଥା ଆମେ କହୁନୁ ମିଳିଥିବା ତଥ୍ୟ କହୁଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ସୁଡ୍ରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସରକାର ଆବାସିକ ବିଦ୍ୟାଳୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ହେଲେ ବିଦ୍ୟାଳୟ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ଓ ଛାତ୍ରାବାସ ଦାୟିତ୍ୱରେ ଥିବା ଅଧିକାରୀ କ’ଣ କରୁଛନ୍ତି ଏ ଚିତ୍ର ସବୁ ବୟାନ୍‌ କରୁଛି । ଅନ୍ତେବାସୀଙ୍କ ଦ୍ୱାରା ରୋଷେଇ ପାଇଁ ଜାଳେଣି କାଠ ବୁହା,ନାଳ ନର୍ଦ୍ଦମା ସଫା କରେଇବା ଭଳି କାମ କରାଉଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସରକାରଙ୍କ ପକ୍ଷରୁ ଆବାସିକ ବିଦ୍ୟାଳୟରେ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିବା ସରକାରୀ ବାବୁ ଯେତେବେଳେ କହୁଛନ୍ତି ତେବେ ଏଭଳି ପରିସ୍ଥିତି କାହଁକି ? ସବୁ ଯଦି ଠିକ୍‌ ତେବେ ଅନ୍ତେବାସୀ କ’ଣ ପାଇଁ ଏସବୁ କରିବେ । ଏହାହିଁ ବଡ଼ ପ୍ରଶ୍ନ । ଜିଲ୍ଲା ପ୍ରଶାସନ ଏହାର କ’ଣ ପଦକ୍ଷେପ ନେବେ । ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ସମେତ ହଷ୍ଟେଲ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ନେବେ । ଆଦିବାସୀ ଅଧ୍ୟୁଷିତ ପିଲାଙ୍କ ପାଇଁ ସରକାର ଖର୍ଚ୍ଚ କରୁଥିବା କୋଟି କୋଟି ଟଙ୍କାର ହିସାବ ଦେବେ କି ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଓ ବିଭାଗୀୟ ଅଧିକାରୀ । ଏହାର ସାର୍ବଜନୀନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସତ୍‌ ସାହସ ଅଛିତ । ଏଭଳି ପ୍ରଶ୍ନ ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନା ହେଲାଣି । ଏଣୁ ବେଳ ଥାଉଥାଉ ଯଦି ପ୍ରଶାସନ ଏଦିଗରେ ଚିନ୍ତା କରିବ ତେବେ କିଛି ହୋଇପାରିବ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

hiranchal ad1
Leave A Reply

Your email address will not be published.

fourteen − two =