ସଡ଼କ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ମୁଖ୍ୟ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ

0 68

ମୁମ୍ବାଇ : ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା । ପାଲଘର ଜିଲ୍ଲାରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହେବାରୁ ସେ ଗୁରୁତରଭାବେ ଆହତ ହୋଇଥିଲେ । ତାଙ୍କୁ ଡାକ୍ତରଖାନା ନିଆଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ପାଲଘରଠାରେ ବର୍ଷା ଜାରି ରହିଥିବାବେଳେ ତାଙ୍କ କାର ଦ୍ରୁତ ଗତିରେ ମୁମ୍ବାଇ ଆଡ଼କୁ ଯାଉଥିଲା । ଫଳରେ ଡ୍ରାଇଭର ଭାରସାମ୍ୟ ହରାଇବା ପରେ କାରଟି ରାସ୍ତାର ଡିଭାଇଡରରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରରେ ଥିବା ଆଉ ଦୁଇଜଣ ବ୍ୟକ୍ତ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସୂର୍ଯ୍ୟା ନଦୀ ଉପରେ ଥିବା ପୋଲ ଉପରେ ଏହି ଦୁର୍ଘଟଣା ହୋଇଛି । ୧୯୬୮ରେ ମୁମ୍ବାଇର ଏକ ପାର୍ସି ପରିବାରରେ ଜନ୍ମ ଗ୍ରହଣ କରିଥିବା ସାଇରସ ଆୟରଲାଣ୍ଡର ନାଗରିକତା ଗ୍ରହଣ କରିଥିଲେ । ସେ ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ଟାଟା ସନ୍ସର ଅଧ୍ୟକ୍ଷ ଥିଲେ । ୨୦୧୬ ଅକ୍ଟୋବର ମାସରେ ଟାଟା ସନ୍ସର ବୋର୍ଡ ମିସ୍ତ୍ରୀଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବାକୁ ଭୋଟ ଦେଇଥିଲା । ଏହା ପରେ ମିସ୍ତ୍ରୀଙ୍କୁ ହଟାଇଦିଆଯାଇଥିଲା । ଏହା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲେ । ତେବେ ସୁପ୍ରିମକୋର୍ଟ ଟାଟା ଗ୍ରୁପ ସପକ୍ଷରେ ରାୟ ଶୁଣାଇଥିଲେ ।

hiranchal ad1
Leave A Reply

Your email address will not be published.

16 − 5 =