ମା’ ବନଦୁର୍ଗାଙ୍କ ବାର୍ଷିକ ମହୋତ୍ସବ

0 55

ହରଭଙ୍ଗା : ହରଭଙ୍ଗା ବ୍ଲକ ଆଡେଣୀଗଡ ପଂଚାୟତ ମାଧପୁର ରାଣୀଗଞ୍ଜ ଜାତୀୟ ରାଜପଥ ୫୭ କଡରେ ଥିବା ମା ବନଦୁର୍ଗାଙ୍କ ବାର୍ଷିକ ଉତ୍ସବ ଯଥାରୀତିରେ ମହାଡମ୍ବରରେ ପାଳିତ ହୋଇଯାଇଛି । ଗତବର୍ଷ ଏହି ଦିନରେ ମାଙ୍କ ବିଘ୍ନମୂର୍ତ୍ତିକୁ ଜୀବନ୍ୟାସ କରି ପ୍ରତିଷ୍ଠା କରାଯାଇଥିଲା । କଥିତ ଅଛି ଏଠାରେ ମା ଜଣେ ଭକ୍ତଙ୍କୁ ସ୍ୱପ୍ନାଦେଶ ଦେଇ ଦେଖାଦେଲାପରେ ସେହି ଦିନ ଠାରୁ ଏଠାରେ ମାଁ ବନଦୁର୍ଗା ନାମରେ ପୂଜା ପାଇ ଆସୁଛନ୍ତି । ପୁଣି ଏଠାରେ ମହାଦେବଙ୍କ ମନ୍ଦିର, ହନୁମାନ ମନ୍ଦିର ସ୍ଥାପନ ପୂଜା ପାଇ ଆସୁଛନ୍ତି । ଆଜି ଏଠାରେ ମାଙ୍କ ଜନ୍ମ ବାର୍ଷିକ ହୋମ ଯଜ୍ଞ , ନାମ ସଂକୀର୍ତ୍ତନରେ କମ୍ପି ଉଠୁଥିଲା । ଏହି ଯଜ୍ଞରେ ଯଜ୍ଞ ପୁରହିତ ଭାବେ ପଣ୍ଡିତ ଜଗବନ୍ଧୁ ଦାସ ପରିଚାଳିତ କରିଥିଲେ । ସେ କନ୍ଧମାଳ ଜିଲା ଚକାପାଦ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟର ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ ଆସି ଯଜ୍ଞକର୍ମ ସଂପାଦନ କରିଥିଲେ । କର୍ତ୍ତା ଭାବେ କୃଷ୍ଣଗୁରୁଙ୍କ ସହ ଧର୍ମ ପତ୍ନୀ କର୍ତ୍ତା ଭାବେ ସଂପାଦନ କରିଥିଲେ । ସେ ମଧ୍ୟ ଦୀର୍ଘ ଦିନ ମାଁ ପୂଜକ ଭାବେ କାମ କରିଆସୁଛନ୍ତି । ଏହି କାର୍ଯ୍ୟକ୍ରମକୁ ଅଂଚଳରେ ଜନସାଧାରଣ ସଂପୂର୍ଣ୍ଣ ସହଯୋଗ କରିଥିବାବେଳେ ଜନ୍ମେଜୟ ପ୍ରଧାନ, ଶେଷଦେବ ସାହୁ, ପ୍ରତାପ ସାହୁ, ବ୍ରହ୍ମ କୁମାରୀ ବେଉରା, ଲାଭ ବାଘ ପ୍ରମୁଖ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଆଖପାଖରୁ ବହୁ ମହିଳା ନାମ ସଂକୀର୍ତ୍ତନରେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

four × 3 =