ମ୍ୟାଗସେସେ ପୁରସ୍କାର ନେବାକୁ ମନା କଲେ ଶୈଳଜା

0 17

ନୂଆଦିଲ୍ଲୀ: କେରଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶୈଳଜା ସମ୍ମାନଜନକ ରମଣ ମ୍ୟାଗସେସେ ପୁରସ୍କାର ନେବାକୁ ମନା କରିଦେଇଛନ୍ତି । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ତାଙ୍କ ଅବଦାନକୁ ଦୃଷ୍ଟିରେ ରଖି ତାଙ୍କୁ ୬୪ତମ ମ୍ୟାଗସେସେ ପୁରସ୍କାର ପାଇଁ ବିବେଚନା କରାଯାଇଥିଲା । ରାଜ୍ୟରେ ଯେତେବେଳେ ନିପା ଭାଇରସ ଏବଂ କୋଭିଡ ମହାମାରୀର ପ୍ରଭାବ ଥିଲା, ତାହାକୁ ମୁକାବିଲା ପାଇଁ ଦୃଢ ନେତୃତ୍ୱ ନେଇଥିଲେ ଶୈଳଜା । ନିପା ଏବଂ କରୋନା ପ୍ରଥମ ଏହି ଦକ୍ଷିଣ ରାଜ୍ୟରୁ ଚିହ୍ନଟ ହୋଇଥିଲା । ଏହାକୁ ମୁକାବିଲା କରିବାରେ ଶୈଳଜା ପ୍ରଭାବୀ ପଦକ୍ଷେପ ନେଇଥିଲେ । କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ (ମାର୍କ୍ସବାଦୀ) ନେତା ଶୈଳଜା କହିଛନ୍ତି ଯେ, ମ୍ୟାଗସେସେ ପୁରସ୍କାରକୁ ଏସୀୟ ସଂସ୍କରଣର ନୋବେଲ ପୁରସ୍କାର ସହ ତୁଳନା କରାଯାଉଛି । ଦଳର ଆଲୋଚନା ପରେ ସେ ଏହି ପୁରସ୍କାର ଗ୍ରହଣ ନକରିବାକୁ ନିଷ୍ପତ୍ତି । ପୁରସ୍କାର ସମ୍ପର୍କରେ ଚୟନ କମିଟି ପକ୍ଷରୁ ତାଙ୍କୁ ଯୋଗାଯୋଗ କରାଯାଇଥିଲା । ସେ କହିଛନ୍ତି,ମୁଁ ଜଣେ ରାଜନୈତି ବ୍ୟକ୍ତି । ଏହି ପୁରସ୍କାର ସାଧାରଣତଃ ରାଜନୈତିକ ବ୍ୟକ୍ତିଙ୍କୁ ଦିଆଯାଇନଥାଏ । ମୁଁ ସିପିଆଇ(ଏମ୍‌)ର କେନ୍ଦ୍ରୀୟ କମିଟି ସଦସ୍ୟ । ଏହାକୁ ନେଇ ମୋର ଦଳର ନେତୃତ୍ୱ ସହିତ ଆଲୋଚନା କରିଥିଲି । ଏହାପରେ ହିଁ ଏହି ନିଷ୍ପତ୍ତି ନେଇଛି ।

hiranchal ad1
Leave A Reply

Your email address will not be published.

four × four =