କଳସ ଯାତ୍ରା ସହ ଲଛିପୁର ନବଦୁର୍ଗା ପୂଜା ଆରମ୍ଭ

0 68

ସୋନପୁର : ସୋନପୁର ସଦର ବ୍ଲକ ଅନ୍ତର୍ଗତ ଲଛିପୁର ହାଟପଦା ନିକଟରେ ଦୁର୍ଗା ପୂଜା ଅବସରରେ ଆଜି ଅଙ୍ଗ ନଦୀ କୂଳରେ ପୂର୍ଣ୍ଣକୁମ୍ଭ ସ୍ଥାପନ ସହ ପୂଜାର୍ଚ୍ଚନା କରି ଶହେ ଆଠ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ଲୋକନାଥ ପୂଜାରୀ, ଚଣ୍ଡୀ ପାଠକ ସନତ ଶତପଥୀ , ଜପକ ଗୁପ୍ତେଶ୍ୱର ମିଶ୍ର କର୍ତ୍ତା ଦାୟିତ୍ୱ ତୁଲାଇଥିଲେ ବାଲେଶ୍ୱର ରଣା , ପ୍ରଦିପ ନୁଆଁଇ, ପଦ୍ମନାଭ ହୋତା, ପ୍ରଦିପ ନାଏକ ରହିଥିବା ବେଳେ କମିଟି ସଭାପତି ରଂଜିତ ରଣା, ସଂପାଦକ ଲକ୍ଷ୍ମୀ ନାରାୟଣ ପଟେଲ, କୋଷାଧ୍ୟକ୍ଷ ବ୍ରୟ ପୁଟେଲ, ପୂର୍ବତନ ସଂପାଦକ କମଲ ପାଣ୍ଡେ ଓ ହୃଦାନନ୍ଦ ମେହେର ଉପସ୍ଥିତ ରହିଥିଲେ । ସେହିପରି ଉପଦେଷ୍ଟା କମିଟି ସଭାପତି ସୋମନାଥ ହୋତା, ବାସୁଦେବ ରଣା, ସରୋଜ ମିଶ୍ର, ଆଶିଷ ନନ୍ଦ, ରମାକାନ୍ତ ପୂଜାରୀଙ୍କ ସମେତ କମିଟି ସମସ୍ତ ସଭ୍ୟ ଯୋଗଦେଇ ମାଁ ଦୁର୍ଗାଙ୍କ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

16 − 1 =