ଅମ୍ପାୟାରଙ୍କୁ କାହିଁକି ଦେଖାଇଲେ ମସଲ୍ସ , ଏମିତି କିଛି ଜବାବ ରଖିଲେ ରୋହିତ୍

0 240

ଆଇସିସି ଦିନିକିଆ ବିଶ୍ୱକପର ଦ୍ୱାଦଶ ମ୍ୟାଚରେ ଅହମ୍ମଦାବାଦରେ ପାକିସ୍ତାନକୁ ୭ ୱିକେଟରେ ହରାଇ ବିଜୟ ତାଲିକାରେ ଭାରତ ଆଉ ଏକ ପାହାଚ ଉପରକୁ ଉଠିଛି । ପାକିସ୍ତାନ ବିପକ୍ଷରେ ବିଶ୍ୱକପ୍ ରେ ଭାରତର ଏହା ଅଷ୍ଟମ ବିଜୟ । ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପାକିସ୍ତାନ ବିପକ୍ଷରେ ଭଲ ପ୍ରଦର୍ଶନ କରିଛନ୍ତି । ଏହା ସହ ନିଜ ନାଁ ରେ ମଧ୍ୟ ଏକ ଭଲ ରେକର୍ଡ କରିଛନ୍ତି । ୬୩ ବଲରେ ୮୬ ରନ୍‌ର ଚମତ୍କାର ଇନିଂସ ଖେଳିଛନ୍ତି କ୍ୟାପଟେନ୍ ରୋହିତ୍ ।ଏହା ସହ ମ୍ୟାଚ୍ ରେ ଛକା ମାରିବା ପରେ ରୋହିତ ଶର୍ମା ଅମ୍ପାୟାରଙ୍କୁ ନିଜ ମସଲ୍ସ(ବାହୁ) ଦେଖାଇଥିଲେ । ଯାହାର ଭିଡ଼ଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏହା ପଛର କାରଣ ପଚାରିଥିଲେ, ରୋହିତ ଶର୍ମା ତାଙ୍କୁ ଅମ୍ପାୟାର ମାରାଇସ୍ ଏରାସମୁସଙ୍କୁ ନିଜ ବାହୁ ଦେଖାଇବାର କାରଣ କହିଥିଲେ । ଯାହା ଅତ୍ୟନ୍ତ କୌତୁହଳପୂର୍ଣ୍ଣ ଥିଲା ।
ମ୍ୟାଚ୍ ପରେ ହାର୍ଦ୍ଦିକଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ରୋହିତ ବିସିସିଆଇ ୱେବସାଇଟରେ ଏହି ମୁହୂର୍ତ୍ତର କାରଣ ବୁଝାଇଥିଲେ । ଭାରତୀୟ ଅଧିନାୟକ କହିଛନ୍ତି ଯେ ଛକା ମାରିବା ପରେ ଏରାସ୍ମସ ତାଙ୍କୁ ପଚାରିଥିଲେ ଯେ ସେ କିପରି ଏତେ ବଡ଼ ଛକା ମାରି ପାରୁଛ ? ତାଙ୍କ ବ୍ୟାଟରେ କିଛି ଅଛି କି ? ରୋହିତ ଏହାର ଜବାବରେ ନିଜର ବାହୁ ଦେଖାଇ କହିଥିଲେ ଏ ସବୁ ବାହୁବଳର କମାଲ୍ ।

hiranchal ad1
Leave A Reply

Your email address will not be published.

5 × 5 =