ପୁରୀରୁ ନିର୍ବାଚନ ଲଢିବେ ନରେନ୍ଦ୍ର ମୋଦି! ପୁରୀରୁ ଆରମ୍ଭ ଏବଂ ପୁରୀ ରେ ଶେଷ ହେଲା ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

0 63

୨୦୨୪ ରେ ପୁରୀରୁ ନିର୍ବାଚନ ଲଢିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜଗନ୍ନାଥ ଧାମ ପୁରୀରୁ ମୋଦି ପ୍ରତିଦ୍ୱନ୍ଦିତା କରିବା, ମୋଦିଙ୍କ ପୂର୍ବ ଭାରତ ଦଖଲର ରଣନୀତି ବୋଲି ଚର୍ଚ୍ଚା ହେଉଛି । ଓଡିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି ହେଉଥିବାରୁ ମୋଦି ପୁରୀରୁ ନିର୍ବାଚନ ଲଢିଲେ ଏହା ବିଜେପିକୁ ଫାଇଦା ଦେବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି ।ଆଗାମୀ ସାଧାରଣ ନିର୍ବାଚନରେ ଭଲ ପ୍ରଦର୍ଶନ କରି ବିଜେଡି ସରକାରକୁ କ୍ଷମତାଚ୍ୟୁତ କରିବା ଲକ୍ଷ୍ୟରେ ରଣନୀତି କରୁଛି ରାଜ୍ୟ ୟୁନିଟ୍ । ହେଲେ ନବୀନଙ୍କ ଲୋକପ୍ରିୟତାକୁ କାଉଣ୍ଟର କରିବାରେ ମୋଦି ମ୍ୟାଜିକ କେତେ ଦୂର କାମ କରୁଛି, ତା ଉପରେ ନଜର ରହିଛି ।

hiring

ଅନ୍ୟପଟେ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ଗଣମାଧ୍ୟମ କୁ ଦେଇଥିବା ପ୍ରତିକ୍ରିୟା ଏହି ଚର୍ଚ୍ଚାକୁ ଦୁଇ ଗୁଣିତ କରିଛି। ଜୟନ୍ତ ଷଡଙ୍ଗୀଙ୍କ କହିବା ଅନୁସାରେ ତାଙ୍କ ପାଖେ ଯାହା ଖବର ଅଛି ପୁରୀରୁ ଲୋକସଭା ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାପ୍ରଭୁ ଜଗନ୍ନାଥ ମୋଦିଙ୍କୁ ପୁରୀ ଡାକିବେ । ମୋଦି ଏହି ଠାରୁ ନିର୍ବାଚନ ଲଢିବେ । ପୁରୀରୁ ମୋଦି ଲୋକସଭା ନିର୍ବାଚନ ଲଢନ୍ତୁ ବୋଲି ପୁରୀ ବାସୀ ମଧ୍ୟ ଚାହାଁନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ ଯାହା ଉପରେ ରହିବ ସେ ବିଜୟୀ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରୁ ବିଧାନସଭା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଭିତରେ,ଏଭଳି ଗୋଟିଏ ରାଜନୈତିକ ବାଣ ମାରିଛନ୍ତି ପୁରୀ ସଦର ବିଧାୟକ ଜୟନ୍ତ ଷଡଙ୍ଗୀ ଯାହା କି ବେଶ୍ ଚର୍ଚ୍ଚାରେ ରହିଛି।
ଜୟନ୍ତ କହିଛନ୍ତି, ‘‘ପୁରୀ ହେଉଛି ଜଗନ୍ନାଥଙ୍କ ଧାମ । ପୁରୀ ଲୋକସଭାର ବେଶ ଗୁରୁତ୍ବ ରହିଛି । ଆଗାମୀ ଲୋକସଭା ନିର୍ବାଚନରେ ପୁରୀ ଆସନରୁ ପ୍ରଧାନ ମନ୍ତ୍ରୀ ମୋଦି ନିର୍ବାଚନ ଲଢିପାରନ୍ତି । ଏନେଇ ଖବର ଅଛି । ମହାପ୍ରଭୁ ଜଗନ୍ନାଥ ମଧ୍ୟ ମୋଦିଙ୍କୁ ପୁରୀ ଡାକିବେ । ପୁରୀ ବାସୀଙ୍କ ଇଚ୍ଛା ମଧ୍ୟ ମୋଦି ପୁରୀରୁ ନିର୍ବାଚନ ଲଢନ୍ତୁ । ଲଢେଇ କିନ୍ତୁ ଶହେ ଶହେରେ ହେବ । ଜଗନ୍ନାଥ ଯାହାଙ୍କୁ ଆଶୀର୍ବାଦ କରିବେ ସେ ବିଜୟୀ ହେବେ । ଆଗାମୀ ନିର୍ବାଚନରେ ପୁରା ପଦ୍ମମୟ ହେବ । ଦଳ ଅଧିକ ବିଧାନସଭା ଆସନ ଜିତିବ । ମତେ ମଧ୍ୟ ଟିକେଟ ଦେଲେ ମୁଁ ମଧ୍ୟ ନିର୍ବାଚନ ଲଢିବି । ‘

ସୂଚନାଯୋଗ୍ୟଯେ, ପୁରୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ନିର୍ବାଚନ ଲଢିବେ ବୋଲି ବର୍ତ୍ତମାନ ବିଜେଡି ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି । ବରିଷ୍ଠ ସେବାୟତ ତଥା ବିଜେଡି ନେତା ରାମକୃଷ୍ଣ ଦାସ ମହାପାତ୍ର ଗତ ୯ ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀରୁ ନିର୍ବାଚନ ଲଢିବେ ବୋଲି କହିଥିଲେ । ରାମକୃଷ୍ଣ ଆହୁରି କହିଥିଲେ ଯେ ୨୦୧୯ ରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପୁରୀରୁ ଲଢିବା ପାଇଁ ପ୍ରସ୍ତାବ ଦେଇଥିଲୁ । ଆଗାମୀ ନିର୍ବାଚନରେ ମଧ୍ୟ ପ୍ରସ୍ତାବ ଦେବୁ । ପୁରୀ ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଅତୁଳନୀୟ । ତେଣୁ ପୁରୀ ବାସୀ ଓ ସେବାୟତଙ୍କ ଇଚ୍ଛା ମୁଖ୍ୟମନ୍ତ୍ରୀ ପୁରୀରୁ ନିର୍ବାଚନ ଲଢନ୍ତୁ । ମୁଖ୍ୟମନ୍ତ୍ରୀ ପୁରୀରୁ ନିର୍ବାଚନ ଲଢିବା ଚର୍ଚ୍ଚା ମଧ୍ୟରେ, ପୁରୀ ବିଧାୟକ ପ୍ରଧାନମନ୍ତ୍ରୀ ମଧ୍ୟ ପୁରୀରୁ ଲୋକସଭା ନିର୍ବାଚନ ଲଢିବେ ବୋଲି ମନ୍ତବ୍ୟ ଦେଇ ଏବେ ରାଜନୀତିର ପାରା ବଢାଇ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

1 × one =