ହରଭଙ୍ଗା ବ୍ଲକରେ ବିଜେପି ତରଫରୁ”ମୋ ମାଟି ମୋ ଦେଶ’ ସମାପନ କାର୍ଯ୍ୟକ୍ରମ

0 112

ବୌଦ୍ଧ,୧୩/୧୦:- ବୌଦ୍ଧଜିଲ୍ଲା ବିଜେପି ତରଫରୁ ଆଜି ହରଭଙ୍ଗା ବ୍ଲକଠାରେ ବ୍ଲକସ୍ତରୀୟ “ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମର ସମାପନ ଅନୁଷ୍ଟିତ ହୋଇଯାଇଛି । ହରଭଙ୍ଗା ବ୍ଲକ ଅନ୍ତର୍ଗତ ସମସ୍ତ ଶକ୍ତିକେନ୍ଦ୍ରର ଗ୍ରାମ ମାନଙ୍କରେ ହୋଇଥିବା କାର୍ଯ୍ୟକ୍ରମରେ ସଂଗୃହିତ ଅମୃତ ମାଟି କଳସ ଗୁଡ଼ିକ ଏକତ୍ର କରି ଏକ ସ୍ୱତନ୍ତ୍ର ମାଟି କଳସରେ ସଂଗ୍ରହ କରାଯାଇଥିଲା । ଏହାକୁ ଆଗାମୀ ଦିନରେ ଜିଲ୍ଲାସ୍ତରରୁ ଭୁବନେଶ୍ୱର ଠାରୁ ଦିଲ୍ଲୀ ସିଧାସଳଖ ନେବାର ବ୍ୟବସ୍ଥା କରାଯାଉଅଛି । ସଂଗୃହିତ ଅମୃତ ମାଟି କଳସକୁ ଧରି ଏକ ବିରାଟ ଶୋଭାଯାତ୍ରା ତହସିଲ ଅଫିସ୍‌ ଚ ।ରିଛକ ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ହରିବୋଲ, ହୁଳହୁଳି, ନାମ ସଙ୍କୀର୍ତ୍ତନ୍ୟ ଆଖଡ଼ା ଇତ୍ୟାଦି କରି ଭାରତ ମାତା କି ଜୟ ଧ୍ୱନି ସୃଷ୍ଟି ଓ ନାରାଦେଇ ଚାରିଛକ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ କଳସ ଯାତ୍ରା ପରିକ୍ରମା କରାଯାଇଥିଲା ।

hiring

ଆଜିର ଏହି ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ୱରେ ବିଧାନସଭାର ପୂର୍ବ ବିଧାୟକ ପ୍ର ।ଥି ସୁଶାନ୍ତ କୁମାର ପ୍ରଧାନ, ରମେଶ କୁମାର ମହାନ୍ତି ଲୋକସଭା ସଂଯୋଜକ ଓ ଦଳର ବରିଷ୍ଠ ନେତା ତାପସ କୁମାର ପଟ୍ଟନାୟକ , ପୂର୍ଣ୍ଣଚନ୍ଦ୍ର ଗାଈଗୌରିଆ ,ଅକ୍ଷୟ କୁମାର ସାହୁ ,ସୂର୍ଯ୍ୟ ନାରାୟଣ ମହାପାତ୍ର ,ମାଗୁଣି ଗାଈଗୌରିଆ , ବିଶି କେଶନ ପ୍ରଧାନ, ପ୍ରଣବ ନାୟକ, ସ୍ୱରୂପା ପଟ୍ଟନାୟକ, ସଂଗ୍ରାମ ବେହେରା , କାଇଁଚ ପ୍ରଧାନ , ଶମ୍ଭୁ ପ୍ରଧାନ , ତପନ ଡ ।ଙ୍ଗ , ଶେଷଦେବ ଛାନ୍ଦ, ବାମନ ବାରିକ , ବିନୋଦ ମହାକୁଡ, ବିଶ୍ୱମ୍ବର ମହାକୁଡ , ହୃଦାନନ୍ଦ ନାୟକ, ରବି ନାରାୟଣ ପ୍ରଧାନ, ନବୀନ ଗାଈଗୌରିଆ, ରବି ଦେହୁରୀ ପ୍ରମୁଖ ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

three × three =