ପୁରୀ ଜିଲ୍ଲାପାଳ ଭାବେ ଯୋଗଦେଲେ ବିଜୟ କୁମାର ଦାଶ

0 59

ପୁରୀ : ପୁରୀ ଜିଲ୍ଲାପାଳ ଭାବେ ଆଜି ଯୋଗ ଦେଇଛନ୍ତି ବିଜୟ କୁମାର ଦାଶ । ଏହା ପୂର୍ବରୁ ଶ୍ରୀ ଦାଶ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସଚିବ ଭାବେ କାର୍ଯ୍ୟରତ ଥିଲେ । ପୁରୀ ଜିଲ୍ଲାପାଳ ଥିବା ସମର୍ଥ ବର୍ମାଙ୍କର ଶ୍ରୀମନ୍ଦିର ପ୍ରଶାସନକୁ ବଦଳି ହୋଇଛି ।
କାର୍ଯ୍ୟରେ ଯୋଗ ଦେବା ପରେ ଶ୍ରୀ ଦାଶ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପୌର ନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହ ସମଙ୍ଗ ପାର୍କିଂ ସ୍ଥଳ ପରିଦର୍ଶନ କରିଥିଲେ । ଶ୍ରୀମନ୍ଦିର ଓ ପରିକ୍ରମା ପ୍ରକଳ୍ପ ଦର୍ଶନରେ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସୁବିଧା ବ୍ୟବସ୍ଥାକୁ ସେ ଦେଖିବା ସହ ବିଭିନ୍ନ ଅଧିକାରୀମାନଙ୍କୁ ସମସ୍ତ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ପରାମର୍ଶ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

ten + 6 =