ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭବ ପାଇଲେ ୫ଜିଲ୍ଲାର ଦଶହଜାର ଭକ୍ତ

0 59

ପୁରୀ: ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଏହି ପ୍ରକଳ୍ପର ସୁନ୍ଦର ଅନୁଭବ ଦେବା ପାଇଁ ରାଜ୍ୟ ସରକାର ସବୁ ଜିଲ୍ଲାରୁ ଭକ୍ତମାନଙ୍କ ପାଇଁ ପରିକ୍ରମା ପ୍ରକଳ୍ପ ଦର୍ଶନର ବ୍ୟବସ୍ଥା କରିଛନ୍ତି ।
ଆଜି ପ୍ରଥମ ଦିନରେ ୫ଟି ଜିଲ୍ଲାରୁ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁ ଆସି ପୁରୀରେ ପହଞ୍ଚିଥିଲେ । ଏହି ଜିଲ୍ଲାଗୁଡିକ ହେଲା–ଗଞ୍ଜାମ, ମୟୁରଭଂଜ, ବାଲେଶ୍ୱର, କଟକ ଓ କେନ୍ଦ୍ରାପଡା । ଏହିସବୁ ଜିଲ୍ଲାର ୫୦୦ଟି ପଞ୍ଚାୟତ ଓ ୱାର୍ଡରୁ ଭକ୍ତମାନେ ଆସିଥିଲେ ।
ସେମାନେ ପ୍ରଥମେ ପୁରୀ ନିକଟସ୍ଥ ସମଙ୍ଗ ଠାରେ ଏକତ୍ରିତ ହୋଇଥିଲେ । ସେଠାରେ ଶ୍ରୀ ଭି.କେ. ପାଣ୍ଡିଆନ ଶ୍ରଦ୍ଧାଳୁ ମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କର ସୁବିଧା ଅସୁବିଧା ବିଷୟରେ ବୁଝିଥିଲେ । ଓଡିଶାର ରୂପାନ୍ତର ପାଇଁ ତଥା ଜନସାଧାରଣଙ୍କ ସୁଖ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ କିପରି ଗୁରୁତ୍ୱ ଦେଉଛନ୍ତି, ସେ ଉପରେ ଶ୍ରୀ ପାଣ୍ଡିଆନ ଆଲୋକପାତ କରିଥିଲେ ।

hiring


ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା ଅନ୍ୟ ଆଧ୍ୟାତ୍ମିକ କ୍ଷେତ୍ରର ରୂପାନ୍ତର ଏବଂ ଭକ୍ତ ମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥାରେ ଶ୍ରଦ୍ଧାଳୁ ମାନେ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ । ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ଉଚ୍ଚ ପ୍ରଶଂସା କରିଥିଲେ । ଭକ୍ତମାନଙ୍କୁ ସମଙ୍ଗଠାରୁ ଏକ ସ୍ୱତନ୍ତ୍ର ଫିଡର ବସ୍‌ରେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପାର୍କିଂ ଅଞ୍ଚଳ ପର୍ଯ୍ୟନ୍ତ ନିଆଯାଇଥିଲା । ସେଠାରୁ ମନ୍ଦିର ପର୍ଯ୍ୟନ୍ତ ଯିବାର ବ୍ୟବସ୍ଥା ହୋଇଥିଲା । ମହାପ୍ରଭୁଙ୍କ ଦର୍ଶନ, ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷିଣର ବ୍ୟବସ୍ଥା ସହିତ ସେମାନଙ୍କ ପାଇଁ ମହାପ୍ରସାଦ ବ୍ୟବସ୍ଥା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

2 + twenty =