ବାଲିଗୁଡାରେ ନୂତନ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟରେ ଯୋଗଦାନ

0 399

ବାଲିଗୁଡ଼ା:ସୋମବାର ଦିନ ରାଜ୍ୟ ସରକାରଙ୍କ ଦ୍ୱାରା ଆଇଏଏସ୍‌ ସ୍ତରରେ ବଦଳି ନିମନ୍ତେ ଜାରି କରାଯାଇଥିବା ଆଦେଶ ଅନୁଯାୟୀ ଆଜି ବାଲିଗୁଡ଼ାର ନୂତନ ଉପଜିଲ୍ଲାପାଳ ଭାବେ ଡ. ରୀନା ପ୍ରଧାନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ପୂର୍ବରୁ କେବିକେ ଅଞ୍ଚଳରେ ଡାକ୍ତର (ଆସିଷ୍ଟାଣ୍ଟ ସର୍ଜନ) ଭାବେ କାର୍ଯ୍ୟରତ ଥିବାବେଳେ ଗତ ୨୦୨୧ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ପ୍ରଶିକ୍ଷଣ ପରେ ବାଲିଗୁଡ଼ା ଉପଜିଲ୍ଲାପାଳ ଭାବେ ପ୍ରଥମ କରି କାର୍ଯ୍ୟଭାର ଗ୍ରହଣ କରି ଖୁସିବ୍ୟକ୍ତ କରିବା ସହ ଉପଖଣ୍ଡର ଉନ୍ନତି ନିମନ୍ତେ ସମସ୍ତ ବିଭାଗର ସମନ୍ୱୟ ରଖି କାର୍ଯ୍ୟ କରିବା ଏବଂ ଆଗାମୀ ସାଧାରଣ ନିର୍ବାଚନ -୨୦୨୪କୁ ସୁରୁଖୁରୁ ଭାବେ ସମ୍ପାଦନ କରିବା ନିମନ୍ତେ ମତ ରଖିଛନ୍ତି । କାର୍ଯ୍ୟର ପ୍ରଥମ ଦିବସରେ ଉପଜିଲ୍ଲାପାଳ ମହୋଦୟା ସାଧାରଣ ନିର୍ବାଚନ ସମ୍ପାଦନ ପ୍ରକ୍ରିୟା ବିଷୟରେ ପଚାରି ବୁଝିବା ସହିତ କାର୍ଯ୍ୟାଳୟ ପରିଷର ଏବଂ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟରେ ହେବାକୁ ଥିବା ଇଭିଏମ୍‌ ଷ୍ଟ୍ରଙ୍ଗ ରୁମ୍‌ ପରିଦର୍ଶନ କରିଥିଲେ । ଏଥିସହିତ ଅଞ୍ଚଳର ବିକାଶ ଏବଂ ଉନ୍ନୟନମୂଳକ କାର୍ଯ୍ୟରେ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଛନ୍ତି ଉପଜିଲ୍ଲାପାଳ ମହୋଦୟା ।

hiranchal ad1
Leave A Reply

Your email address will not be published.

7 + fourteen =