ନୂଆଗାଁରେ ମିନି ମାରାଥନ

0 29

ନୂଆଗାଁ : ନୂଆଗାଁ ସଦର ମହକୁମାରେ ଆଜି କିଟ୍‌ ଓ କିସ୍‌ ଅନୁକୁଲ୍ୟରେ ମିନିମାରାଥନ ଅନୁଷ୍ଠିତ ହୋଇଯାଇଛି । ସୂଚନା ମୁତାବକ ନୂଆଗାଁ ସଦର ମହକୁମା ବ୍ଲକ ପ୍ରମୁଖରୁ ଶତାଧିକ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଗଣ ଦୌଡ଼ କରି ବିଜୁ ଯୁବ ଭବନ ଠାରେ ପହଂଚି ଥିଲେ । ମାନ୍ୟବର ସାଂସଦ କନ୍ଧମାଳ ଡ଼. ଅଚ୍ୟୁତାନନ୍ଦ ସାମନ୍ତଙ୍କ ଦ୍ୱାରା କିଟ୍‌ ଆନୁକୂଲ୍ୟରେ ଯୁବ,ଛାତ୍ରଙ୍କ ଦ୍ୱାରା ଏକ ଗଣଦୌଡ଼ ପ୍ରତିଯୋଗିତା,ଶିକ୍ଷା ସମସ୍ତଙ୍କ ପାଇଁ ବାର୍ତ୍ତାକୁ ପ୍ରଚାର କରିବା ନିମନ୍ତେ ଆୟୋଜନ କାରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରାଙ୍କ ସହ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ଶିକ୍ଷାକୁ ସମସ୍ତଙ୍କୁ ଆକୃଷ୍ଟ କରିବା ପାଇଁ ବାର୍ତ୍ତା ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲଷ୍ମୀପ୍ରିୟା ବେହେରା, ଆତ୍ମା ଅଧ୍ୟକ୍ଷ ସଂଜୀବ କୁମାର ସାହୁ, ସମାଜସେବୀ ଶଙ୍କର୍ଷଣ ବେହେରା, ଗୋଲେକ ଗୋଛାୟତ, ସନ୍ନ୍ୟାସୀ ନାୟକ, ଶିବଦୁତ ପାତ୍ର, ହୃଦାନନ୍ଦ ଶାସମାଲ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

2 × 4 =