ମହାନଦୀ ନେତ୍ର ଚିକିତ୍ସାଳୟ ପକ୍ଷରୁ ସିଟି ଆଇ କ୍ଲିନିକ ଉଦଘାଟନ ସମାରୋହ

0 82

ସୁବର୍ଣ୍ଣପୁର : ଜିଲ୍ଲାର ବୀରମହାରାଜପୁର ବ୍ଲକ ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟ ତରଫରୁ ସୋନପୁର ସ୍ଥିତ ବୋଲେପ୍‌ ପରିସରରେ ସିଟି କ୍ଲିନିକ ଉଦଘାଟିତ ହୋଇଯାଇଛି । ଏହି ସିଟି କ୍ଲିନିକରେ ଚକ୍ଷୁ ରୋଗୀମାନଙ୍କର ପ୍ରାରମ୍ଭିକ ପରୀକ୍ଷା ଓ ଚିକିତ୍ସା ହୋଇପାରିବ ଓ ଏହାକୁ ଲେପ୍ରାର ଆମ୍ବାସଡର ଗୋରେଖନାଥ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାନଦୀ ନେତ୍ର ଚିକିତ୍ସାଳୟର ଅଧିକ୍ଷକ ଡ. ଦେବେନ୍ଦ୍ର କୁମାର ସାହୁ , ଚକ୍ଷୁ ବିଶେଷଜ୍ଞ ଡ. ଶାଶ୍ୱତ ବେହେରା, ଜିଲ୍ଲା ଯୁବ ରେଡକ୍ରସର ଯୁଗ୍ମ ସଂପାଦକ ଉମାକାନ୍ତ ନାଗ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳକ ବିଭୁପ୍ରସାଦ ବଲିୟାରସିଂହ, ଜି.ଗୋପାଳ, ଅଶ୍ୱିନୀ କୁମାର ଶତପଥୀ, ସୁଜିତ ଥାପା, ରଞ୍ଜନ ଦାଶ, ନୃସିଂହ ଚରଣ ମିଶ୍ର, ସରୋଜ ସିଂ ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ଏହି କ୍ଲିନିକ ସୋନପୁର ତଥା ଆଖପାଖ ଅଞ୍ଚଳର ଚକ୍ଷୁ ସେବା ଦିଗରେ ଏକ ଅନନ୍ୟ କେନ୍ଦ୍ର ହୋଇ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ପ୍ରଦାନ କରିବା ଦିଗରେ ଗୁରୁତ୍ୱ ଭୂମିକା ଗ୍ରହଣ କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

sixteen + 4 =