ପାଣି ପାଇଁ ହିନସ୍ତା ପଡାବାସୀ, ପାନୀୟ ଜଳ ବ୍ୟବସ୍ଥା ବାଟବଣା

0 48

ନୂଆପଡା : ସରକାର ଘରେ ଘରେ ପାନୀୟ ଜଳ ଯୋଗାଇ ଦେବାକୁ ଯୋଜନା ଉପରେ ଯୋଜନା କରୁଛନ୍ତି । ହେଲେ ସେହି ଯୋଜନା ପ୍ରଶାସନର ଅବହେଳା ଯୋଗୁ ବାଟବଣା ହେଉଥିବା ବେଳେ ଠିକାଦାର ଓ ଯନ୍ତ୍ରୀଙ୍କ ଖାମଖିଆଲୀ ମନୋବଳ ଯୋଗୁ ଜନସାଧାରଣ ପାଣି ପାଇଁ ହିନସ୍ତା ହେଉଛନ୍ତି । ପାଣି ଟିକିଏ ପାଇଁ ଏପଟେ ସେପଟେ ଧାଉଛନ୍ତି ।
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମ ପଞ୍ଚାୟତ ଖିପ୍ରିମାଳ ଗ୍ରାମ ଗହଟିଆ ପଡା ଓ ବଡହେର୍ଣ୍ଣାପଡାବାସୀ ପାଣି ପାଇଁ ହଇରାଣ ହରକତ ସହ ହିନସ୍ତା ହେଉଥିବା ଅଭିଯୋଗ କରିଛନ୍ତି । ପ୍ରକାଶ ଯେ ଆଜକୁ ୧ବର୍ଷରୁ ଅଧିକ ଦିନ ହେଲା ପାଣି ଟାଙ୍କି ନିର୍ମାଣ ହୋଇଛି । ନିର୍ମାଣ ହେଲାପରେ ୪ରୁ୫ ଦିନ ହେବ ପାଣି ଯୋଗାଣ ହୋଇଥିଲା । ହେଲେ ପୁଣି ପାଣି ଯୋଗାଣ ବନ୍ଦ କରିଦେଲେ । ଏହି ଗହଟିଆ ପଡାରେ ଗୋଟିଏ ନଳକୂପ ଥିବାବେଳେ ତାହା ପୁଣି ଫ୍ଲୋରାଇଡ ଯୁକ୍ତ ପାଣି । ସେହି ପାଣି ପିଇ ଲୋକେ ବିଭିନ୍ନ ରୋଗରେ ପଡୁଛନ୍ତି । ପଡାରେ ୧ଶହରୁ ଅଧିକ ଲୋକ ବସବାସ କରନ୍ତି । ପାଣି ପାଇଁ ପଡା ବାସୀ ହନ୍ତସନ୍ତ ହେବାକୁ ପଡୁଥିବା ବେଲେ ସେହି ନଳକୂପ କୌଣସି କାରଣବଶତଃ ଖରାପ ହୋଇଯାଏ ତେବେ ବୋର୍ଡିବନ୍ଦ ଓ ମନ୍ଦେକୁର୍ଲା ପୋଖରୀ ପାଣି ବ୍ୟବହାର କରୁଥିବା ଲୋକେ ପ୍ରକାଶ କରୁଛନ୍ତି । ସେହିପରି ବଡହେର୍ଣ୍ଣା ପଡାରେ ତାଠାରୁ ଆହୁରି ଅଧିକ ଖରାପ ଅବସ୍ଥା ରହିଛି । ସେହି ପଡାରେ ୧୫୦ରୁ ଅଧିକ ଲୋକ ବସବାସ କରୁଥିବା ବେଳେ କେବଲ ଗୋଟିଏ ନଳକୂପ ଅଛି ତାହା ପୁଣି ମାସ ମାସ ଧରି ଅଚଳ ଅବସ୍ଥାରେ ପଡି ରହିଛି । ସେମାନେ ସ୍ଥାନୀୟ ବିଦ୍ୟାଳୟର ନଲକୂପ ପାଣି ବ୍ୟବହାର କରୁଥିବା ବେଳେ ଆଗକୁ ଉକ୍ତ ବିଦ୍ୟାଳୟରେ ବାଡା କାମ ହେବ । ଯାହା ଫଳରେ ସେହି ନଳକୂପ ପାଣି ମଧ୍ୟ ମିଳିପାରିବ ନାହିଁ ।
ଦୀର୍ଘ ବର୍ଷ ହେଲା ନଳକୂପ ସମସ୍ୟା ଯୋଗୁ ୩ କିଲୋମିଟର ଦୂର ଗୋବିନ୍ଦପୁର ଓ ମନ୍ଦେକୁର୍ଲା ପୋଖରୀ ପାଣି ବ୍ୟବହାର କରି ଚଲୁଛନ୍ତି । ଦରକାର ହେଲେ ଖିପ୍ରିମାଳ ଗାଁକୁ ମଧ୍ୟ ପାଣି ପାଇଁ ଯାଉଥିବା ବେଳେ ଉକ୍ତ ବିଦ୍ୟାଳୟ ନଳକୂପ ପାଣି ମଧ୍ୟ ବହୁ ବିଳମ୍ୱରେ ବାହାରୁ ଥିବା ଲୋକେ ପ୍ରକାଶ କରୁଛନ୍ତି । ଉଭୟ ଦୁଇ ପଡାରେ ସରକାରଙ୍କ ଜଳଯୋଗାଣ ବ୍ୟବସ୍ଥାରୁ ପାଇପ ଲାଗିଛି । ହେଲେ ସେହି ପାଇପ୍‌ କେବଳ ନାମକୁମାତ୍ର ଦେଖାଣିଆ ସାଜିଛି । ସରକାରୀ ବାବୁ ମାନଙ୍କ ଦେଖା ନଥିବା ବେଳେ ପାଣି ମିଳିବା ପାଣିରଗାର ବୋଲି ପଡାବାସୀ ମନେ କରନ୍ତି । ଅନ୍ୟପକ୍ଷରେ କେବଳ ଭୋଟ ସମୟରେ ନେତା ରାଜନେତା ଆସି ଅନେକ ପ୍ରତିଶ୍ରୁତି ଦେଇ ଭୋଟ ଭିକ୍ଷା କରିଥାନ୍ତି । ହେଲେ ସେହି ପ୍ରତିଶ୍ରୁତିରେ ହିଁ ରହି ଯାଉଥିବା ଲୋକେ ପ୍ରକାଶ କରୁଛନ୍ତି । ଉଭୟ ପଡାକୁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପାଣି ଯୋଗାଇବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

twelve + thirteen =