ଚୋରାବନ୍ଧୁକ ଜବତ୍‌, ଜଣେ ଗିରଫ

0 244

ଦଶପଲ୍ଲା : ) ଚୋରା ଦେଶୀ ବନ୍ଧୁକର ପେଣ୍ଠସ୍ଥଳ ପାଲଟିଛି ଦଶପଲ୍ଲା ବ୍ଲକର ପଶ୍ଚିମାଞ୍ଚଳ । ଏହି ଅଂଚଳର ଅଧିକାଂଶ ବ୍ୟକ୍ତି ନିଜ ପାଖରେ ଦେଶୀ ବନ୍ଧୁକ ରଖି ଜଙ୍ଗଲରୁ ଅବାଧରେ ବନ୍ୟଜନ୍ତୁ ଶିକାର କରୁଛନ୍ତି । ଗତକାଲି ରାତିରେ ବାଣୀଗୋଛା ପୁଲିସ ଗୋଟିଏ ଦେଶୀ ବନ୍ଧୁକ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ ବଡ଼ ମୁଣ୍ଡୁଳା ଗ୍ରାମର ସୁବୁନାଥ ପ୍ରଧାନଙ୍କ ପୁଅ ନରୋତ୍ତମ ପ୍ରଧାନ । ଗତକାଲି ରାତ୍ରରେ ବିଶେଷ ସୁତ୍ରରୁ ଖବର ପାଇ ବାଣୀଗୋଛା ଥାନାଧିକାରୀ ନରୋତ୍ତମଙ୍କ ଘରୁ ଚୋରା ବନ୍ଧୁକ ଜବତ୍‌ କରିବା ସହିତ କେସ୍‌ ନଂ ୪୯/୨୦୨୪ ରୁଜ୍ଜୁ କରି ତାଙ୍କୁ ଗିରଫ କରିଛି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ । ପ୍ରକାଶଥାଉକି ଉକ୍ତ ଅଞ୍ଚଳରୁ ବନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବାବେଳେ ଲଗାତାର ଭାବେ ବନ୍ଧୁକ ଜବତ କରାଯାଉଥିବା ବେଳେ ଶିକାରୀଙ୍କ ପ୍ରାଦୁର୍ଭାବ କିଭଳି ବଢ଼ି ଚାଲିଛି ତାହା ସହଜରେ ଅନୁମାନ କରାଯାଇପାରେ । ତେବେ ୩ ମାସ ମଧ୍ୟରେ ଥାନା ଅଧିକାରୀ ଶ୍ରୀ ଦଣ୍ଡସେନା ପ୍ରାୟ ୧୦ଟି ବନ୍ଧୁକ ଜବତ କରି ଏବେ ଚର୍ଚ୍ଚାରେ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

one × 3 =