ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଡ଼କ୍ଟର ହ୍ୟାନିମେନଙ୍କ ଜୟନ୍ତି ପାଳିତ

0 249

ବରଗଡ଼: ହୋମିଓପାଥିକ ଚିକିତ୍ସା ବିଜ୍ଞାନର ଜନକ ଡ଼କ୍ଟର ସାମୁଏଲ ହ୍ୟାନିମାନ ୧୭୫୫ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୭୯୬ ମସିହାରେ ଏକ ଯୁଗାନ୍ତକାରୀ ଚିକିତ୍ସା ବିଜ୍ଞାନ ଉଦ୍ଭାବନ କରିଥିଲେ । ତାଙ୍କର ଚେଷ୍ଟା ଓ ନିଷ୍ଠା ବଳରେ ଏହି ଚିକିତ୍ସା ବିଜ୍ଞାନ ସାରା ବିଶ୍ୱରେ ପରିଚିତ ହୋଇପାରିଥିଲା । ଆଜି ତାଙ୍କର ଜନ୍ମଜୟନ୍ତୀ ମହାସମାରୋହରେ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ବରଗଡ଼ ଜିଲ୍ଲା ହୋମିଓପାଥିକ ମଣ୍ଡଳ ତରଫରୁ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ଡାକ୍ତର ସୁବାଷ ଅଗ୍ରୱାଲ(ସିଡିଏମଓ), ଡାକ୍ତର ସୁଶୀଲ କୁମାର ଦାଶ (ଏଡିଏମଓ) ଡାକ୍ତର ରଞ୍ଜନ କୁମାର ମହାନ୍ତି ଜିଲ୍ଳା ମୁଖ୍ୟ ହୋମିଓପାଥିକ ଚିକିତ୍ସାଧିକାରୀ, ଡାକ୍ତର ଲକ୍ଷ୍ମୀଶ୍ରୀୟା ବେହେରା ଜିଲ୍ଳା ଆୟୁର୍ବେଦିକ ଚିକିତ୍ସା ଅଧିକାରୀ, ଡାକ୍ତର କପିଲାସ ଚରଣ ଭୋଇ , ଗିରିଜା ପ୍ରସାଦ ମିଶ୍ର (ଡିପିଏମ) ପ୍ରମୁଖ ଉପସ୍ଥିତ ରହି ହ୍ୟାନିମାନଙ୍କ ଜୀବନୀ ଓ ହୋମିଓପାଥିକ ଚିକିତ୍ସା ବିଜ୍ଞାନ ଉପରେ ଆଲୋଚନା କରିଥିଲେ । ଏହି ସଭାରେ ବରଗଡ଼ ଜିଲ୍ଲାର ଅନ୍ୟ ହୋମିଓପାଥିକ ଚିକିତ୍ସକ ମଧ୍ୟ ଯୋଗଦେଇଥିଲେ । ଆଜି ଏହି ଦିନକୁ ବିଶ୍ୱ ହୋମିଓପାଥିକ ଦିବସ ଭାବରେ ସାରା ବିଶ୍ୱରେ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମକୁ ଡାକ୍ତର ଶିଳ୍ପା ପଟ୍ଟନାୟକ ସଂଯୋଜନା କରିଥିଲେ । ଶେଷରେ ଡାକ୍ତର ସୁବୋଧ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ବରଗଡ଼ ରୁ ସତ୍ୟଜିତ ଦାଶ ଙ୍କ ରିପୋର୍ଟ ହୀରାଞ୍ଚଳ ଲାଇଭ୍

hiranchal ad1
Leave A Reply

Your email address will not be published.

five × two =