ହୁ ହୁ ହେଇ ଜଳୁଛି ଲମ୍ବାଗୁଡ୍ରି-ପ୍ରେମଝରି ଗ୍ରାମକୁ ସଂଯୋଗ କରି ଥିବା କରେଣ୍ଟ, ବିଦ୍ୟୁତ ବିଭାଗ ଚୁପ୍‌

0 55

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍‌ ଅନ୍ତର୍ଗତ ଲମ୍ବାଗୁଡ୍ରି ଓ ପ୍ରେମଝରି ଗ୍ରାମକୁ ସଂଯୋଗ ହେଇଥିବା କରେଣ୍ଟ ଖୁଣ୍ଟରୁ ହୁ ହୁ ହୋଇ ନିଆଁ ଲାଗି ରହୁଥିବା ଦେଖିବାକୁ ମିଳୁଛି । ଏହି ବାବଦରେ ଗ୍ରାମବାସୀ ଖଜୁରୀପଡ଼ା ବିଦ୍ୟୁତ୍‌ ବିଭାଗର ଜେଇଙ୍କୁ ଯୋଗାଯୋଗ କରି ବହୁବାର କହିଥିଲେ ମଧ୍ୟ ଦାୟିତ୍ୱରେ ଥିବା କର୍ମଚାରୀ ଏହାର ସମାଧାନ କରିବା କାଠିକର ପାଠ । ବହୁଦିନ ହେଲାଣି ମାଟି ତଳେ ପଡି ରହିଛି କରେଣ୍ଟ ତାର ଫଳରେ ଉପଭୋକ୍ତା ମାନେ ଭୟଭୀତ ହେଉଛନ୍ତି । ତେଣୁ ଦାୟିତ୍ୱରେ ଥିବା ଖଜୁରୀପଡ଼ା ଇଲେକ୍ଟ୍ରି ଜେଇ ତାଙ୍କର କର୍ମଚାରୀ ମାନଙ୍କୁ ନେଇ ଏହାର ତୁରନ୍ତ ସୁବ୍ୟବସ୍ଥା କଲେ ଉପଭୋକ୍ତା ମାନେ ସୁରକ୍ଷିତ ଭାବେ ବିଜୁଳି ବ୍ୟବହାର କରିପାରିବେ ବୋଲି ସାମ୍ବାଦିକ ତଥା ଖାଉଟି ସୁରକ୍ଷା ଜିଲ୍ଲା ଆବାହକ କୁନା ଦିଗାଲଙ୍କ ସମେତ ଉକ୍ତ ଗ୍ରାମର ଉପଭୋକ୍ତାମାନେ ଦାବି ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

1 × four =