ଧର୍ମଶାଳାରେ ଲିକୁ ସାହୁଙ୍କ ମଶାଲ ଶୋଭାଯାତ୍ରା

0 46

ଯାଜପୁର : ଧର୍ମଶାଳା ନିର୍ବାଚନ ମଣ୍ଡଳୀ ବିଜେପିର ମଶାଲ ଶୋଭାଯାତ୍ରା ଓ ସଂକଳ୍ପ ସମାବେଶ ଜାରକା ବଜାରରେ ଅନୁଷ୍ଠିତ ହୋଇଛି । ତ୍ରିନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ଜାରକା ଓ ଶାନ୍ତିବଜାର ପରିକ୍ରମା କରିଥିଲା । ବହୁ କର୍ମୀ ଓ କାର୍ଯ୍ୟକର୍ତ୍ତା ଦଳୀୟ ପତାକା ଏବଂ ବ୍ୟାନର ଧରି ବିଜେପି ଯୁବନେତା ହିମାଂଶୁ ଶେଖର ସାହୁଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ । ଧର୍ମଶାଳା ମହୋତ୍ସବ ପଡ଼ିଆରେ ଆୟୋଜିତ ସଂକଳ୍ପ ସମାବେଶରେ ଶ୍ରୀ ସାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ । ଧର୍ମଶାଳାରେ ଚାଲିଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ବଂଶବାଦ ରାଜନୀତି ବିରୋଧରେ ଲଢେଇ ଜୋରଦାର ହେବ ବୋଲି ଯୁବନେତା ଶ୍ରୀ ସାହୁ ଚେତାବନୀ ଦେଇଥିଲେ । କାର୍ଯ୍ୟକର୍ତ୍ତା ଚନ୍ଦ୍ରମଣି ପଣ୍ଡିତଙ୍କ ସଂଯୋଜନାରେ ବିଜେପି ନେତା କାହ୍ନୁ ଚରଣ ଦାଶ, ନୃସିଂହ ଚରଣ ମିଶ୍ର, ପ୍ରକାଶ ସାମଲ, ବିଜେପି କୃଷକମୋର୍ଚ୍ଚା ଜିଲ୍ଲା ସଭାପତି ପାଣ୍ଡବ ଚରଣ ଧଳ ଓ ଉପସଭାପତି ଉପେନ୍ଦ୍ର କର ଯୋଗଦେଇ ଓଡ଼ିଶାରେ କିପରି ଡବଲ ଇଞ୍ଜିନ୍‌ ସରକାର ହେବ ଏବଂ ଧର୍ମଶାଳାରେ ବିଜେପିର ବିଜୟ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପରେ ଦଳର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଭିଡିଓ ପ୍ରଦର୍ଶନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

9 + 13 =